ଗାଁ ମୁଁହା ହାତୀପଲ୍ଲ, ସ୍ଥାନୀୟ ଲୋକେ ଭୟଭୀତ

ବାଙ୍କୀ, (ନାଗରାଜ ନ୍ୟୁଜ ): ହାତୀ ଏବେ ଜଙ୍ଗଲ ଛାଡି ଗାଁ ମୁଁହା । ଲୋକେ ଭୟଭୀତ । ଫସଲ ନଷ୍ଟ ନେଇ ଚିନ୍ତାରେ ଚାଷୀ । କଟକ ଜିଲ୍ଲା ବାଙ୍କୀ ବାଆଁରା ଗ୍ରାମ ଧୁଳିଆ ଷଣ୍ଢ ନିକଟ ବାଙ୍କୀ କଟକ ମୁଖ୍ୟ ରାସ୍ତା ଦେଇ ୧୫ରୁ ଉଦ୍ଧ୍ୱର୍ ହାତୀ ପଲ୍ଲ ରାସ୍ତା ପାର ହେଉଥିବାବେଳେ କିଛି ସମୟ ଯାନବାହନ ଅଟକି ରହିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ହେଲେ ହାତୀ ପଲ୍ଲ ରାସ୍ତା ପାର ହୋଇ ଜଙ୍ଗଲକୁ ନଯାଇ ଅଟକି ରହିଛନ୍ତି ବାଁଆରା ଗ୍ରାମ ନିକଟ ମଇମୋଡ଼ ଛୋଟ ଜଙ୍ଗଲରେ । ଗତକିଛି ଦିନ ଧରି ହାତୀ ପଲ୍ଲ ନିକଟସ୍ଥ ଡମପଡ଼ା ଚନ୍ଦକା ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସି ଜଙ୍ଗଲ ପାଖ ବାଁଆର, କୂଅମଡା, ଭାଗୀପୁର ଓ ମୁଣ୍ଡୁଳୀ ଆଦି ଅଞ୍ଚଳରେ ଫସଲ ନଷ୍ଟ କରୁଥିବା ନେଇ ଅଭିଯୋଗ ହୋଇଥିଲା ।

ସ୍ଥାନୀୟ ଲୋକେ ଘଉଡାଇବାରୁ ରାସ୍ତା ପାର ହୋଇ ଜଙ୍ଗଲମୁଁହା ହୋଇଥିଲେ ହାତୀ ପଲ । ହେଲେ ହାତୀ ଜଙ୍ଗଲକୁ ନଯାଇ ବାଁଆର ଗ୍ରାମ ନିକଟସ୍ଥ ମଇମୋଡ଼ ଠାରେ ଅଟକି ରହିଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ବନବିଭାଗକୁ ଖବର ଦେଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ହାତୀ ପଲ୍ଲ ସନ୍ଧ୍ୟା ହେଲେ ଜଙ୍ଗଲରୁ ଆସି ଫସଲ ନଷ୍ଟ କରି ଚାଲି ଯାଉଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ତେଣୁ ଯଥାଶୀଘ୍ର ଏହି ହାତୀ ପଲ୍ଲଙ୍କୁ ଏଠାରୁ ଘଉଡାଇବା ସହ ଡମପଡା ଜଙ୍ଗଲ ମଧ୍ୟକୁ ଛାଡିବା ପାଇଁ ବନବିଭାଗକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଅଧିବାସୀ । ସେପଟେ ବନବିଭାଗ ସହ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗଯୋଗ ହୋଇପାରି ନାହିଁ ।

Leave a Reply

Your email address will not be published.