ପିଶାଚ ସ୍ୱାମୀର କଟୁରି ଚୋଟରେ ପତ୍ନୀ ଗୁରୁତର ଆହତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ସୋରିଶିଆପଦା ଗ୍ରାମପଞ୍ଚାୟତ ଅଧିନ ରଗଡିସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି ସ୍ୱାମୀର କଟୁରି ଚୋଟରେ ଗୁରୁତର ଆହତ ହୋଇ ପତ୍ନୀ କଟକ ବଡମେଡିକାଳରେ ଜୀବନ ସହିତ ସଂଘର୍ଷ କରୁଥିବାର ଜଣାଯାଏ ପୋଲିସ ଠାରୁ ପ୍ରକାଶ ଉକ୍ତ ଥାନା ଅନ୍ତର୍ଗତ ରଗଡିସାହିର ଗୌର ମହନ୍ତ୪୫ବର୍ଷ ନିକଟ ଗ୍ରାମର ଶମ୍ଭୁନାଥ ମହନ୍ତ ଙ୍କ ଝିଅ କାମିନୀ ମହନ୍ତ୩୨କୁ ବିବାହ କରିଥିଲେ ବିବାହ ସମୟରୁ ଉଭୟ ପତି ଓ ପତ୍ନୀ ମଧ୍ୟରେ ପରିବାରିକ ସମସ୍ୟା କୁ ନେଇ କଲିକତାର ଲାଗିରହୁଥିଲା ଓ ସେପରି ମଧ୍ୟ ପତ୍ନୀର ପରକିୟା ପ୍ରୀତି କୁ ସନ୍ଧେହ କରି ଝଗଡା ଲାଗୁଥିଲା ଗତକାଲି ରାତିରେ ହଟାତ ଉଭୟଙ୍ମଧ୍ୟରେ କଳି ଝଗଡା ଲାଗିଥିଲାଏଥିରେ ଗୌର ଅତି ଉତେଜିତ ହୋଇ ଏକ ଧାରୁଆ କଟୁରି ରେପତ୍ନୀର ମୁଣ୍ଡ ପଛପାଖକୁ ହାଣି ଦେଇଥିଲା ନିଜ ପତ୍ନୀର ରକ୍ତ ଜୁଡୁବୁଡୁ ଅବସ୍ଥା ଦେଖି ଗୌର ହବଡେଇ ଯାଇ ସିଧା ଗଁଦିଆ ଥାନା ଅଧିକାରୀ ଙ୍କୁ ଫୋନ କରିଥିଲା ଖବର ପାଇ ସଙ୍ଗେ ସଙ୍ଗେ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ଆହତ କୁ108ଆମ୍ବଲାନ୍ସ ଯୋଗେ ଢେଙ୍କାନାଳ ମେଡିକାଲ କୁ ପଠାଇଥିଲେ ଅବସ୍ଥା ଗୁରୁତର ହେବାରୁ ତୁରଣ କଟକ ବଡ଼ ମେଡିକାଲ କୁ ସ୍ଥାନନ୍ତର ଲରାଯାଇଥିବାର ଜଣାଯାଇଥଛି ଘଟଣା ସ୍ଥଳରୁ ଗୌର କୁ ପୋଲିସ ଥାନାରେ ଆଣି ଅଟକ ରଖିଛି ଘଟଣା ସମ୍ପର୍କରେ ଆହତର ବାପା ଶମ୍ଭୁନାଥ ମହାନ୍ତ ଥାନାରେ ଏତଲା ଦେବା ପରେ ପୋଲିସ ପକ୍ଷରୁ କେସ ନଂ308ରେ ଦଫା498-A/307/326ମାମଲା ରୁଜୁ କରିଛି ଆସନ୍ତା କାଲି ଅଭିଯୁକ୍ତ ଗୌର କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ଠାରୁ ପ୍ରକାଶ .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.