ସଅରମାନଙ୍କୁ ଶବର ଆଦିବାସୀ ତାଲିକାରେ ଯୋଡିବାକୁ ରାଜ୍ୟସଭାରେ ପ୍ରସଙ୍ଗ ଉପସ୍ଥାପନ କଲେ ସାଂସଦ ନିରଞ୍ଜନ ବିଶି

କଟକ,(ନାଗରାଜ ନ୍ୟୁଜ): ଲୋକସଭା ରେ ସମ୍ବିଧାନ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଆଦେଶ ଦ୍ଵିତୀୟ ସଂଶୋଧନ ବିଲ (ଉତ୍ତରପ୍ରଦେଶ) 2022 ବିଲ ମଞ୍ଜୁରୀ ହେଲାପରେ ରାଜ୍ୟସଭା ରେ ଉକ୍ତ ବିଲ ଆଲୋଚନା ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ବିଲ ଆଗତ କରିଥିଲେ l ଉକ୍ତ ବିଲ ଉପରେ ପ୍ରସ୍ତାବ ବିଚାର ଆଲୋଚନା ଏବଂ ସମର୍ଥନ ପାଇଁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ବିଜେଡି ତରଫରୁ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l ଉତ୍ତରପ୍ରଦେଶ ରାଜ୍ୟର ନୂତନ ଭାବରେ ଗଠିତ ଚାରିଟି ଜ଼ିଲ୍ଲା ଶନ୍ତକବିରନଗର, କୁସିନଗର,ଶନ୍ତ ରବୀଦାସନଗର ଏବଂ ଚନ୍ଦଉଳି ଜ଼ିଲ୍ଲା ରେ ଗଣ୍ଡ,ରାଜ ଗଣ୍ଡ,ଧୂରିଆ,ନାୟକ,ଓଝା,ପଥlରି ସମ୍ପ୍ରଦାୟ କୁ ଅନୁସୂଚିତ ଜାତି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା l ଦେଶର ଅନ୍ୟ ରାଜ୍ୟରେ ଗଣ୍ଡ ଗଣ୍ଡ,ରାଜ ଗଣ୍ଡ,ଧୂରିଆ,ନାୟକ,ଓଝା,ପଥlରି ଅନୁସୂଚିତ ଜନଜାତି ରେ ସାମିଲ ଅଛନ୍ତି l ତେବେ ଗଣ୍ଡ ଗଣ୍ଡ,ରାଜ ଗଣ୍ଡ,ଧୂରିଆ,ନାୟକ,ଓଝା,ପଥlରି ସମ୍ପ୍ରଦାୟ କୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବା ପ୍ରସ୍ତାବ କୁ ବିଜେଡି ତରଫରୁ ସାଂସଦ ଶ୍ରୀ ବିଶି ସମର୍ଥନ କରିଥିଲେ l

ଏହି ଅବସରରେ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ସୁପାରିଶ କରାଯାଇଥିବା 149 ଆଦିବାସୀ ସମ୍ପ୍ରଦାୟ ମଧ୍ୟରୁ ସଅର କୁ ଶବର,ସହରା,ସଓରା ରାଜ୍ୟ ଆଦିବାସୀ ତାଲିକାରେ ଥିବା କ୍ରମିକ ସଂଖ୍ୟା 59 ରେ ଅନ୍ତର୍ଭୁକ୍ତ କରିବା, କାରଣ ନୀଳମାଧଵ ଙ୍କ ଆଦ୍ୟ ସେବକ ଶବର ରାଜା ବିଶ୍ୱାବସୁ ଙ୍କ ବଂଶଧର ହେଉଛନ୍ତି ଶବର,ଏହା ବ୍ୟତୀତ ତlମlଡ଼ିଆ, ପୁରାଣ, ତlମୁଡ଼ିଆ,ଭଗତା,ଭୁକ୍ତା,ଦୁରୁଆ,କଳଙ୍ଗା,ନାକାସିଆ,ପାବା,ଖଣ୍ଡାୟତ ଭୂୟାଁ,ଚାପୁଆ କମାର,କନ୍ଧିଆ ସମ୍ପ୍ରଦାୟ କୁ ଓଡିଶା ଆଦିବାସୀ ତାଲିକାରେ କୁ ଆଦିବାସୀ ତାଲିକାରେ ଅନ୍ତର୍ଭୁକ୍ତ କରିବାସହିତ ଓଡିଶା ଆଦିବାସୀ ତାଲିକାରେ ଥିବା ଆଦିବାସୀ ଗୋଷ୍ଠୀ ଝୋଡ଼ିଆ, ଜଡ଼ିଆ,କନ୍ଧ କୁମ୍ଭାର,ଚୁକଟିଆ ଭୁଞ୍ଜିଆ,ମାଙ୍କିଡିଆ,ପୋର୍ଜା,ବଣ୍ଡlପରଜା,ଧୂରୁଆ,ପହରିଆ,ପାଉଡି ଭୂୟାଁ ସମ୍ପ୍ରଦାୟ ର ଅଂଶ ବଂଶ ର ଆଦିବାସୀ ମାନଙ୍କୁ ତୁରନ୍ତ ସମ୍ପୃକ୍ତ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଦାବୀ ଉପସ୍ଥାପନ କରିଥିଲେ l ଏହା ସହିତ ଓଡିଶା ର ଅନୁସୂଚିତ ଜାତି ତାଲିକାରେ ଚମ୍ଭାର,ଚିକ,ଚିକ ବଡlଇକ,ଶିଆଳ,ମହରl,ମୋହରl,ମହରା ସମ୍ପ୍ରଦାୟ କୁ ଅନ୍ତର୍ଭୂକ୍ତ କରିବାକୁ ପଦକ୍ଷେପ ନେବାକୁ ସାଂସଦ ଶ୍ରୀବିଶି କେନ୍ଦ୍ର ସରକାର ଙ୍କୁ ଦାବୀ କରିଥିଲେ l

Leave a Reply

Your email address will not be published.