କୁତ୍ରା ବ୍ଳକରେ ୧୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ହେଲେ ନିୟମିତ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକରେ ୧୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ହୋଇଥିବାରୁ ଗୋଷ୍ଠୀ ଶିକ୍ଷା କେନ୍ଦ୍ରରେ ମିଠା ବଣ୍ଟନ କରିବା ସହିତ ଶିକ୍ଷକ ଶିକ୍ଷୟିତ୍ରୀମାନେ ପରଷ୍ପରକୁ ମିଠା ଖୁଆଖୋଇବା ଦୃଶ୍ୟ ବେଶ୍ ମନୋରମ ହୋଇଥିଲା । ଛୋଟ ପିଲାଙ୍କ ଭବିଷ୍ୟତ ଗଠନ କରୁଥିବା ଏହି ଶିକ୍ଷକ ଶିକ୍ଷୟିତ୍ରୀମାନେ ଦୀର୍ଘ ୬ ବର୍ଷ ଧରି କନ୍ଟ୍ରାକ୍ଚୁଆଲରେ ରହି‌ବହୁ ଦୁଃଖ କଷ୍ଟରେ ପାଠ ପଢ଼ାଉଥିଲେ । ସରକାରଙ୍କ ନିୟମାନୁଯାୟୀ ବର୍ତ୍ତମାନ ଯେକୌଣସି ସରକାରୀ ଚାକିରି କରୁଥିବା କର୍ମଚାରୀ ୬ବର୍ଷ କାର୍ଯ୍ୟ କଲେ ତାଙ୍କୁ ସରକାର ନିୟମିତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି କୁତ୍ରା ବ୍ଳକରେ ୧୩ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ୬ବର୍ଷ ପୂରଣ ହୋଇଥିବାରୁ ସରକାର ଙ୍କ ନିୟମାନୁଯାୟୀ ଆଜି ସେମାନଙ୍କୁ ନିୟମିତ କରାଯାଇଛି । ଆହୁରି ୩ଜଣ ଶିକ୍ଷାକର୍ମୀ ଶିକ୍ଷକଙ୍କୁ ଜୁନିୟର ଶିକ୍ଷକ ଭାବରେ ନିଯୁକ୍ତି କରାଯାଇଛି । ଯାହାଫଳରେ ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ସହିତ ସୁରେସ କଜୁରଙ୍କ ରିପୋର୍ଟ

Leave a Reply

Your email address will not be published.