ଚଳିତବର୍ଷ ହେବ ବାରିଷ୍ଟର ରଞ୍ଜିତ ମହାନ୍ତି ମେମୋରିଆଲ କ୍ରିକେଟ ପ୍ରତିଯୋଗିତା

କଟକ, (ନାଗରାଜ ନ୍ୟୁଜ ): ବୋର୍ଡ ଅଫ ରେଭିନ୍ୟୁ ବାର ଆସୋସିଏସନ ପକ୍ଷରୁ ଚଳିତବର୍ଷ ଆୟୋଜିତ ହେବ ବାରିଷ୍ଟର ରଞ୍ଜିତ ମହାନ୍ତି ମେମୋରିଆଲ କ୍ରିକେଟ ପ୍ରତିଯୋଗିତା । ଆସନ୍ତା ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମେଗା କ୍ରିକେଟ ଟୁନାମେଣ୍ଟ । ରାଜ୍ୟର ୧୦ ଟି ବାର ଆସୋସିଏସନ ଏହି ପ୍ରତିଯୋଗିତାରେ ଭାଗନେବେ । କଟକ ସନ ସାଇନ କ୍ଳବ ଗ୍ରାଉଣ୍ଡରେ ଖେଳାଯିବ ସମସ୍ତ ମ୍ୟାଚ। ହାଇକୋର୍ଟ ମୁଖ୍ୟ ବିଚାରପତି ଏହି ପ୍ରତିଯୋଗିତାକୁ ଉଦଘାଟନ କରିବେ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଆସୋସିଏସନ ସଭାପତି । ତେବେ କର୍ମମୟ ଜୀବନ ମଧ୍ୟରେ କିଛି କ୍ଷଣ ବନ୍ଧୁ ମିଳନ ମଧ୍ୟ ଏହି ପ୍ରତିଯୋଗିତା ମାଧ୍ୟମରେ ହୋଇପାରିବ। ସମସ୍ତ ରୂଲ ଅନୁସାରେ ଖେଳାଯିବ ମ୍ୟାଚ । ତେବେ ୧୦ଟି ଟିମ ମଧ୍ୟରୁ କଟକରୁ ୪ଟି ବାର ସଂଘ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବାବେଳେ ଅନ୍ୟ ଜିଲ୍ଲାରୁ ଆଉ ୬ଟି ବାର ଅଂଶ ଗ୍ରହଣ କରିବେ । ଏହି ପ୍ରତିଯୋଗିତା ପାଇଁ ମଧ୍ୟ ଆଜି ଜର୍ସି ଉନ୍ମୋଚନ କରିଛି ବୋର୍ଡ ଅଫ ରେଭେନ୍ୟୁ ବାର ଆସୋସିଏସନ ।

Leave a Reply

Your email address will not be published.