ଯୁବତୀଙ୍କୁ ବଳାତ୍କାର କରିବା ଉଦ୍ୟମ ଅଭିଯୋଗରେ ୩ ଗିରଫ

କଟକ, (ନାଗରାଜ ନ୍ୟୁଜ): ବିବାହ କରିବାର କଥା ଦେଇ ପୁରୀରୁ ଆଣିଥିଲେ ଚୌଦ୍ୱାର । ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ ପୁରୁଷ ବନ୍ଧୁ । ନିଜ ବଦଳରେ ଅନ୍ୟ ଜଣେ ବୈଜେଷ୍ଟ ବ୍ୟକ୍ତିଙ୍କ ସାଙ୍ଗରେ ବିବାହ କରିବାକୁ ବାଧ୍ୟ କରିଥିଲେ ଯୁବତୀଙ୍କୁ । ସେ ରାଜି ନହେବାରୁ ପୁରୁଷ ବନ୍ଧୁ ଜଣଙ୍କ ରାତି ପ୍ରାୟ ୧୧ ଟାରେ ମଙ୍ଗୁଳି ଛକରେ ଛାଡ଼ି ପଳାଇଯାଇଥିଲେ । କିଛି ଅସମାଜିକ ଯୁବକ ଯୁବତୀଙ୍କୁ ଘେରିବାକୁ ଚେଷ୍ଟା କରିଥିବାବେଳେ ଯୁବତୀ ମଙ୍ଗୁଳି ଆଡ ପୋଷ୍ଟ ଦେଖି ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ ।

କାର୍ଯ୍ୟରତ ହୋମଗାର୍ଡ ଯୁବତୀଙ୍କ ଠାରୁ ସମସ୍ତ କଥା ଶୁଣିଥିଲା । ମନରେ ଦୟା ବଦଳରେ କାମନାର ଲୋଭ ଗ୍ରାସିଲା । ଆଉଟ ପୋଷ୍ଟ ରୁମ ଲାଇଟ ଲିଭାଇ ବଳ ପୂର୍ବକ ଯୁବତୀଙ୍କୁ ବଳାତ୍କାର କରିବା ପାଇଁ ଉଦ୍ୟମ କରିଥିଲା । ଏହି ସମୟରେ କିଛି ଯୁବକ ଆଉଟ ପୋଷ୍ଟ ଲାଇଟ ବନ୍ଦ ହୋଇଥିବାର ଦେଖି ଫାଣ୍ଡି ଭିତରକୁ ପସିଯାଇଥିଲେ । ଏହାପରେ ଯୁବତୀ ଜଣଙ୍କ ଯୁବକମାନଙ୍କ ଆଗରେ ସବୁ କଥା ପ୍ରକାଶ କରିଥିଲେ । ଏହାପରେ ଯୁବକମାନେ ପୋଲିସକୁ ଖବର ଦେଇଥିଲେ । ଟାଙ୍ଗି ପୋଲିସ ପଦକ୍ଷେପ ସ୍ୱରୂପ ହୋମଗାର୍ଡ ସମେତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published.