ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନୂଆ କୈାଶଳ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ ): ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପଞ୍ଜାବର ଶିକ୍ଷକମାନଙ୍କ ସହ ଧାରଣାରେ ବସିଥିଲେ । ସୂଚନା ଅନୁସାରେ ପଞ୍ଜାବର ମୋହାଲି ଠାରେ ଶିକ୍ଷକମାନେ ନିଜର ଦାବି ପୂରଣ ନିମନ୍ତେ ଧାରଣାରେ ବସିଛନ୍ତି । ମୁଖ୍ୟମନ୍ତ୍ରୀ ସେହି ସ୍ଥାନରେ ପହଞ୍ଚି ୧୧ ବର୍ଷ ହେବ ବିରୋଧ କରୁଥିବା ଶିକ୍ଷକଙ୍କ ସହ ମିଶି ଧାରଣାରେ ବସିବା ସହ ସେମାନଙ୍କ ସମର୍ଥନରେ ବାହାରିଛନ୍ତି ।

କେଜ୍ରିୱାଲ ପ୍ରଥମେ ଚଣ୍ଡିଗଡ଼ରେ ପହଞ୍ଚି ଶିକ୍ଷକ ଆନ୍ଦୋଳନକୁ ରାଜ୍ୟର ଗମ୍ଭୀର ସମସ୍ୟା ବୋଲି କହିଥିଲେ । ଜଣେ ଇଟିଟି ଶିକ୍ଷକ ଚଣ୍ଡିଗଡ଼ଠାରେ ଏକ ଟାୱାର ଉପରେ ଚଢ଼ି ପ୍ରତିବାଦ କରିଥିବାରୁ ସେ କହିଥିଲେଯେ, ଶିକ୍ଷକମାନେ ଏବେ ଶ୍ରେଣୀଗୃହ ଛାଡ଼ି ଟାୱାରରେ ଚଢୁଛନ୍ତି । ଏନେଇ କେଜ୍ରିୱାଲ ଚନ୍ନି ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ।

Leave a Reply

Your email address will not be published.