ଚିନ୍ତା ବଢ଼ାଇଲାଣି କରୋନାର ନୂଆ ଭାରିଏଣ୍ଟ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): କରୋନାର ନୂଆ ଭାରିଏଣ୍ଟ ଏବେ ଚିନ୍ତା ବଢ଼ାଇଲାଣି । ଯାହାକୁ ନେଇ ସରକାର ଆଡ଼ଭାଇଜରି ଜାରି କରିବେ । ଯେଉଁମାନେ ବିଦେଶରୁ ଫେରିବେ, ସେମାନେ ୧୦ ଦିନ ସଙ୍ଗରୋଧରେ ରହିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ତେବେ ଏହି ନୂଆ ଭାରିଏଣ୍ଟ ଯେଉଁ ଦେଶରେ ବିପଦ ସୃଷ୍ଟି କରିଛି, ସେହି ଦେଶରୁ ଯେଉଁମାନେ ଆସିବେ ବିମାନବନ୍ଦରରେ ସେମାନଙ୍କର କୋଭିଡ ଟେଷ୍ଟ କରାଯିବ । ପଜିଟିଭ ଆସିଲେ ସେମାନଙ୍କ ସାମ୍ପୁଲକୁ ଜେନଂ ସିକୁଏନ୍ସ ପାଇଁ ଆଇଏଲଏସକୁ ପଠାଯିବ । ସମସ୍ତ ଜିଲ୍ଲାପାଳ, ସିଡ଼ିଏମଓ ଓ ମୁନସିପାଲିଟି କମିସନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି । ସ୍କୁଲ କଲେଜ ହଷ୍ଟେଲରେ ଉପରେ କଡ଼ା ନଜର ରଖିବା ପାଇଁ ନିର୍ଦ୍ଦେଶକ ଦିଆଯାଇଛି ।

ଫୋକସରେ ତିନି ‘ଟି’ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ଦିଆଯାଇଛି । ସ୍କୁଲ କଲେଜରେ ଏବଂ ହଷ୍ଟେଲରେ ସ୍ୱତନ୍ତ୍ର ସଂଗରୋଧ କେନ୍ଦ୍ର କରିବା ପାଇଁ କୁହାଯାଇଛି । କୋଭିଡ ମାର୍ଗଦର୍ଶିକା ପାଳନ ପାଇଁ କୁହାଯାଇଛି । ସ୍କୁଲ କଲେଜ ହଷ୍ଟେଲରେ ସୁର୍ଭିଲାନସି କରିବା ପାଇଁ ନିର୍ଦେଶ ଦିଆଯାଇଛି । ଯେଉଁ ଛାତ୍ରଛାତ୍ରୀଙ୍କ ଲକ୍ଷଣ ରହିଛ ସ୍କୁଲ ନ ଆସିବା ପାଇଁ କୁହାଯାଇଛି । ଲକ୍ଷଣ ଥିଲେ ତାଙ୍କର ତୁରନ୍ତ ଟେଷ୍ଟ କରାଯିବାକୁ ବି କୁହାଯାଇଛି। ଯେଉଁଠି ଅଧିକ ସଂକ୍ରମଣ ବାହାରିବ, ତାହାକୁ ସିଲ କରାଯିବା ସହ ପୂର୍ବ ନିୟମକୁ କଡାକଡି ପାଳନ କରାଯିବ। ସମସ୍ତେ ସତର୍କ ରହିଲେ ତୃତୀୟ ଲହରକୁ ଏଡ଼ାଇ ଯାଇପାରିବା ।

Leave a Reply

Your email address will not be published.