ଆସନ୍ତା ୩ରୁ ୬ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଆସନ୍ତା ୩ରୁ ୬ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୨୯ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଯାହା ଧୀରେ ଧୀରେ ଅଧିକ ଘନୀଭୂତ ହେବା ସହ ୪୮ଘଣ୍ଟାରେ ମଧ୍ୟରେ ପଶ୍ଚିମ-ଉତ୍ତର ପଶ୍ଚିମରେ ମୁହାଁଇବ । ୪ରୁ ୫ ତାରିଖ ଭିତରେ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ଏହା ଓଡ଼ିଶା କିମ୍ବା ଆନ୍ଧ୍ରରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ୩ରୁ ୬ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଭିନ୍ନ ପାଣିପାଗ ମଡେଲ ଏଭଳି ପ୍ରାକ ସଙ୍କେତ ଦେଖାଇଛନ୍ତି । ମାତ୍ର ଏହା ଦିନେ କି ଦୁଇଦିନ ପରେ ଚିତ୍ର ସ୍ପଷ୍ଟ ହେବ । ଯଦିଓ ବାତ୍ୟା ନହୁଏ ତଥାପି ୩ରୁ ୬ ତାରିଖ ଯାଏଁ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published.