ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ହିଂସାକାଣ୍ଡ, ଉଡ଼ାଇଦେଲେ ରେଳ ଧାରଣା

ମାଲକାନଗିରି, (ନାଗରାଜ ନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ପୁଣି ହିଂସାକାଣ୍ଡ ଘଟାଇଛନ୍ତି । ଛତିଶଗଡ଼ ଭାସି ଜଙ୍ଗଲରେ ବିସ୍ଫୋରଣ କରି ଉଡ଼ାଇଦେଲେ ରେଳ ଧାରଣା । ଯାହାଫଳରେ ପରେ ସେହି ରୁଟରେ ଯାଉଥିବା ମାଲବାହୀ ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଲୁହାପଥର ବୋଝେଇ ମାଲବାହୀ ଟ୍ରେନର ୩ଟି ଇଞ୍ଜିନ ଏବଂ ୨ଟି ୱାଗନ କ୍ଷତିଗ୍ରସ୍ତ ହୋଇଥିବାର ଖବର ମିଳିଛି । ସୌଭାଗ୍ୟ ବସତଃ ତାହା କୌଣସି ଯାତ୍ରୀବାହୀ ଟ୍ରେନ୍ ନଥିଲା ତାହା ଏକ ମାଲବାହୀ ଟ୍ରେନ୍ ଥିଲା ।

ବହୁ ସମୟ ଧାରି ଏହି ଦୁର୍ଘଟଣା ପରେ ବିଶାଖାପାଟଣା ଓ କେରଣ୍ଡଲ ମଧ୍ୟରେ ରେଳ ଚଳାଚଳ ବ୍ୟାହତ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଭୈରପଗଡ଼ ମାଓ ସଂଗଠନ ନିଜକୁ ଦାୟୀ କରିଛି । ଆଗରୁ ମଧ୍ୟ ବାରମ୍ବାର ମାଓବାଦୀଙ୍କ ପକ୍ଷରୁ ଚେତାବନୀ ଦିଆଯାଉଥିବା ବେଳେ ଆଜି ଏପରି କାଣ୍ଡ ଘଟାଇଛନ୍ତି ମାଓବାଦୀ ।

Leave a Reply

Your email address will not be published.