ଆଜିଠାରୁ କେବଳ ସିଏନଜି ଓ ଇଲେକ୍ଟ୍ରି ଯାନବାହନ ଚଳାଚଳକୁ ଅନୁମତି

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଦିଲ୍ଲୀ ସରକାର ଆଜିଠାରୁ ସହର ମଧ୍ୟରେ କେବଳ ସିଏନଜି ଓ ଇଲେକ୍ଟ୍ରି ଯାନବାହନର ପ୍ରବେଶକୁ ଅନୁମତି ଦେଇଛନ୍ତି । ଡିସେମ୍ବର ୩ ତାରିଖ ଯାଏଁ ପେଟ୍ରୋଲ ଓ ଡିଜେଲ ଗାଡ଼ ଚଳାଚଳ ବନ୍ଦ ରହିବ । ସ୍କୁଲ-କଲେଜ ଗୁଡ଼ିକ ବନ୍ଦ ଥିବା ବେଳେ ନିର୍ମାଣ କାମ ମଧ୍ୟ ସ୍ଥଗିତ ରଖାଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦିଲ୍ଲୀରେ ନଭେମ୍ବର ୨୭ ତାରିଖ ଠାରୁ କେବଳ ସିଏନଜି ଓ ଇଲେକ୍ଟ୍ରିବାହନ ଚଳାଚଳ କରିପାରିବ ।

ଅନ୍ୟ ଇନ୍ଧନ ତଥା ପେଟ୍ରୋଲ ଓ ଡିଜେଲ ଗାଡ଼ିକୁ ଅନୁମତି ଦିଆଯାଇ ନାହିଁ । ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ, ଦିଲ୍ଳୀରେ ସ୍କୁଲ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନ ନଭେମ୍ବର ୨୯ରୁ ପୁଣି ଥରେ ଖୋଲିବାକୁ ଅନୁମତି ଦିଆଯାଇଛି । ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଓ ଏହାର ଉପକଣ୍ଠରେ ବାୟୁ ପ୍ରଦଷଣ ଏବେ ବଡ଼ ସମସ୍ୟା ହୋଇଛି । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର ପେଟ୍ରୋଲ ଓ ଡିଜେଲ ଦ୍ୱାରା ପରିଚାଳିତ ଯାନବାହନ ଉପରେ କଟକଣା ଲଗାଇଛନ୍ତି । ତେବେ ସରକାର ପ୍ରଦୂଷଣ ବିହୀନ ନିର୍ମାଣ କାମ ଯଥା ଇଣ୍ଟରିୟର ଡେକୋରେଶନ, ଇଲେକ୍ଟ୍ରି କାମ ଓ ପାଇପ୍‌ କାମକୁ ଅନୁମତି ଦେଇଛନ୍ତି। କିନ୍ତୁ ଗୃହ ନିର୍ମାଣ, ରାସ୍ତାକାମ ଆଦି ଉପରେ କଟକଣା ଲଗାଇଛନ୍ତି ।

Leave a Reply

Your email address will not be published.