ବୋମା ବିସ୍ଫୋରଣ ଘଟି ୩ଜଣ ନାବାଳିକା ଗୁରୁତର

ଖଇରା, (ନାଗରାଜ ନ୍ୟୁଜ): ଭଦ୍ରକରେ ଘଟିଯାଇଛି ଏକ ବଡ ଧରଣର ଅଘଟଣ । ବୋମା ବିସ୍ଫୋରଣ ଘଟି ୩ଜଣ ନାବାଳିକା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ବନ୍ତ ଥାନା ତ୍ରିକୋଣା ଗାଁରେ ଏକ ପରିତ୍ୟକ୍ତ ବ୍ୟାଗରେ ପଡିଥିଲା କିଛି ବିସ୍ଫୋରକ ପଦାର୍ଥ । ଖେଳିଲା ବେଳେ ଏହା ନାବାଳିକାଙ୍କ ସଂସ୍ପର୍ଶରେ ଆସିଥିଲା । ଏହି ବିସ୍ଫୋରଣରେ ୩ ଜଣ ନାବାଳିକା ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨ ଜଣ ଭଉଣୀ ଥିବା ମଧ୍ୟ ସୂଚନା ମିଳିଛି । ତେବେ ଗୁରୁତର ଆହତମାନଭ୍କୁ ପ୍ରଥମେ ବନ୍ତ ଏବଂ ପରେ ଭଦ୍ରକ ମେଡିକାଳ ସ୍ଥାନାନ୍ତର କରାଯାଇଛି । ସେପଟେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବନ୍ତ ପୋଲିସ । ଗାଁରେ ଏହି ବିସ୍ପୋରକ କେମିତି ଆସିଲା ଏବଂ ଏହା ପଛରେ କାହାର ହାତ ରହିଛି ସେ ନେଇ ପୋଲିସ ତନାଘନା ଆରମ୍ଭ କରିଛି ।

ବାଲେଶ୍ଵର ଖଇରାରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.