ସୋରରେ ରାଜନୈତିକ ହିଂସା ପାଇଁ ବିଜେପି କର୍ମୀଙ୍କୁ ଛୁରା ମାଡ଼

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ସୋର ରେ ବିଜେପି ର ଦୁଇ ଜଣ କର୍ମୀଙ୍କୁ ଛୁରା ମାଡ଼ , ଆଜି ସୋର ସହର ରେ ବିଜେପି ର ବିଜୟ ଶୋଭାଯାତ୍ରା ଚାଲିଥିବା ବେଳେ ବିଜେପି କର୍ମୀ ମାନେ ରାଲି ସାରି ତାଳନଗର ଫେରୁଥିବା ବେଳେ ତାଳନଗର ଉଭର ବ୍ରିଜ ଉପରେ ଛୁରାମାଡ ହୋଇଛି l ବିଜେଡି ର ଗୁଣ୍ଡା ମାନେ ଛୁରା ମାଡ଼ କରିଥିବା ବିଜେପି ଅଭିଯୋଗ କରିଛି l ବିଜେପି ପତାକା ଧରି ଘରକୁ ଫେରୁଥିବା ବେଳେ ପୂର୍ବ ରୁ ଯୋଜନାବଧ ଭବାରେ ପଛରୁ ଯାଇ ଛୁରା ମାଡ଼ କରିଥିଲେ l ଗୁରୁତର ଅବସ୍ଥାରେ ପ୍ରଥମେ ସୋର ଡ଼ାକ୍ତରଖାନା ଆସିଥିବା ବେଳେ ପରେ ଗୁରୁତର ଅବସ୍ଥାରେ ବାଲେଶ୍ବର ଡାକ୍ତରଖାନାକୁ ଡ଼ାକ୍ତର ସ୍ଥାନାନ୍ତର ହୋଇଛନ୍ତି l ଗୁରୁତର ଦୁଇଜଣ 44 ନମ୍ୱର୍ ବିଜେପି ମଣ୍ଡଳ ସଭାପତି ଙ୍କ ଭାଈ ବୋଲି ଜଣାପଡ଼ିଛି  l ଏଥିସହ ବିଜେପି ର ସଭା ଚାଲିଥିବା ବେଳେ କିଛି ବ୍ୟକ୍ତି ଟେକା ମାରି ମୁଣ୍ଡ ଫଟାଇ ଦେଇଥିବା ସୋର ଡାକ୍ତଖାନାରେ ଚିକିତ୍ସିତ ହେଉଛନ୍ତି l ଏସବୁ ବିଧାୟକ ଙ୍କ ଇଂଗିତ ରେ ହୋଇଥିବା ବିଜେପି ଅଭିଯୋଗ କରିଛି l

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.