ଅଭିଲିପ୍ସା ସାହୁଙ୍କୁ ସମ୍ବର୍ଦ୍ଧନା

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ର ୫ ନଂ ଜୋନ ର ଶ୍ଯାମସୁନ୍ଦରପୁର୍ ପଞ୍ଚାୟତ ରେ ଏକ କର୍ମୀ ସମ୍ମିଳନୀ ଓ ନୂତନ ଭାବେ ଦାୟିତ୍ବ ନେଇଥିବା ଭାରତୀୟ ଜନତା ପାର୍ଟିର ବ୍ଲକ ଅଧ୍ୟକ୍ଷl ଶ୍ରୀମତୀ ଅଭିଲିପ୍ସା ସାହୁ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି l ଏହି କାର୍ଯ୍ୟକ୍ରମ ରେ ଜିଲାପରିଷଦ ପ୍ରାର୍ଥୀ ତଥା ଯୁବ ନେତା ଇଂ. ରାଜେଶ ମୋହାକୁଡ, ମଣ୍ଡଳ ସଭାପତି ମହେଶ୍ବର ନାଥ, ଯୁବ ମଣ୍ଡଳ ସଭାପତି, ବରିଷ୍ଠ ନେତା, ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ସୁଶାନ୍ତ ମହାକୁଡ଼, ରତ୍ନାକର ମହାନ୍ତି ଓ ଭାରତୀୟ ଜନତା ପାର୍ଟି ର ବରିଷ୍ଠ ନେତା ଓ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l ଆଗାମୀ ଦିନରେ ଦଳକୁ ମଜବୁତ କରିବା ପାଇଁ ଉଦ୍ୟମ ଜାରି ରହିବା ପାଇଁ ଆଲୋଚନା ହୋଇଛି l ଏବଂ ଆଗାମୀଦିନରେ ଲୋକମାନଙ୍କ ଓ କର୍ମୀଙ୍କ ସମସ୍ୟା କୁ ଗୁରୁତ୍ଵ ଦେଇ ତାହାର ସମାଧାନ କରାଯିବା ସହିତ ଆଗାମୀ ଦିନରେ ଦଳକୁ ମଜବୁତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି l

ବାଲେଶ୍ବର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.