ଆଜି ହେଉଛି ମହାଶିବରାତ୍ରି

କଟକ, (ନାଗରାଜ ନ୍ୟୁଜ):ଆଜି ହେଉଛି ମହାଶିବରାତ୍ରି ବା ଜାଗର ପର୍ବ ।ବାବା ଧବଳେଶ୍ବରଙ୍କୁ ଦର୍ଶନ କରି ଜାଗର ବ୍ରତ ପାଳିବେ ଶ୍ରଦ୍ଧାଳୁ। ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ଵରଙ୍କ ପୀଠରେ ଜାଗର ପାଇଁ ସମାଗମ ହେବେ ହଜାର ହଜାର ଶ୍ରଦ୍ଧାଳୁ। ଶ୍ରଦ୍ଧାଳୁଙ୍କ ଶାନ୍ତିଶୃଙ୍ଖଳା ସହ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ପୀଠରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏଥର ଜାଗରରେ ଝୁଲାପୋଲ କି ଡଙ୍ଗା ଯୋଗେ ନୂହେଁ ମହାନଦୀ ଭିତରେ ନିର୍ମାଣ ହୋଇଥିବା ଅସ୍ଥାୟି ରାସ୍ତା ଦେଇ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ପୂ ସେଥିପାଇଁ ଆଠଗଡ଼ର ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ବର ପୀଠରେ ସମସ୍ତ ପ୍ରସ୍ତୁତି ଶେଷ । ପୂଜକ ସମିତି ପକ୍ଷରୁ ଭୋର ଚାରିଟା ରୁ ଦ୍ଵାର ଫିଟାଯାଇ ମହାସ୍ନାନ କରାଯିବା ସହିତ କେତକୀ ଫୁଲ ରେ ସଜିତ କରାଯାଇ ବିନା ଭକ୍ତ ରେ ଦର୍ଶନ ଦେଉଛନ୍ତି ଧବଳେଶ୍ବର। ଅପରାହ୍ନରେ ଚାରି ପ୍ରହର ପୂଜା କରାଯାଇ ତୃତୀୟ ପ୍ରହର ପୂଜାରେ ମାଣ୍ଡୁଅ ଭୋଗ ଲାଗି ବେଢ଼ା ପରିକ୍ରମା କରାଯିବା ସହିତ ରାତ୍ର ଗୋଟାଏ ରେ ମହାଦୀପ ଉଠିବା ପାଇଁ ନିଷ୍ପତ୍ତି କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୀଠରେ ବ୍ୟାରିକେଡ଼ ସିସିଟିଭ ସମେତ ୮ଜଣ ମାଜିଷ୍ଟେଟ୍ ୫ଜନ ଡିଏସପି, ୫ଇନ୍ସପେ୍ଟର, ୧୪ଜଣ ସବ୍ ଇନସପେକ୍ଟର, ୧୫ ଏ ଆସ ଆଇ,୨ ପ୍ଲାଟୁନ୍ ଫୋର୍ସ ଙ୍କ ସହ ୪୦ ଏ ପିର ଫୋର୍ସ ପୋଲିସ ମୃତ୍ତୟନ ହୋଇଛନ୍ତି।

Leave a Reply

Your email address will not be published.