ଆଜିର ସକାଳ କିଛି ଖବର

ଆଜି ସକାଳର କିଛି ଖବର

୧-ଆଜିଠାରୁ ରାଜ୍ୟର ସହରାଞ୍ଚଳରେ ଦୁଇ ଦିନିଆ ସଟଡାଉନ୍, ଅତ୍ୟାବଶ୍ୟକ ସେବାକୁ ଛାଡ଼ି ସବୁ ରହିବ ବନ୍ଦ ।

୨-ଆଜି ଜାତୀୟ ପଞ୍ଚାୟତିରାଜ ଦିବସ । ଏହି ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ ଦିନ ୧୨ଟା ବେଳେ ସ୍ୱାମୀତ୍ୱ ଯୋଜନା ଅଧୀନରେ ଇ-ପ୍ରପଟି କାର୍ଡର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

୩-ଅକ୍ସିଜେନ୍ ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଘେରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସହ ଚର୍ଚ୍ଚାର ଭିଡିଓ ସେୟାର କରି ସମାଲୋଚନାର ଶିକାର ହେଲେ ଆଉ ଭୁଲ ମାଗିଲେ କେଜ୍ରିୱାଲ ।

୪-ସଟ୍‌ଡାଉନ୍‌ରେ ଭୁବନେଶ୍ବର ରେଳ ଷ୍ଟେସନ୍‌ ଓ ବିମାନ ବନ୍ଦରରୁ ଚାଲିବ ‘ମୋ ବସ୍‌’ ସେବା । କେବଳ ରେଳ ଷ୍ଟେସନରୁ ଆସୁଥିବା ଯାତ୍ରୀଙ୍କୁ କଟକ ଓ ଖୋର୍ଦ୍ଧା ଯିବା ପାଇଁ ‘ମୋ ବସ’ ସେବା ଯୋଗାଇ ଦିଆଯିବ ।

୫-କରୋନା ସଂକ୍ରମଣର ସ୍ଥଙ୍ଗୀନ ସ୍ଥିତିରେ ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା ।

୬-କୋଭିଡ ରୋଗୀଙ୍କ ପାଇଁ ସଂଜୀବନୀ ପାଲଟିଛି ଅମ୍ଲଜାନ । ଶୀଘ୍ର ଯୋଗାଣ ପାଇଁ ଆକାଶପଥରେ ଆରମ୍ଭ ହେଲା ଅକ୍ସିଜେନ ସିଲିଣ୍ଡର ଯୋଗାଣ ।

୭-ମୁମ୍ବାଇରେ ପହଞ୍ଚିଲା ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ ।

୮-ବିଏସଏଫ ଆଇ.ଜି ଙ୍କ ମାଲକାନଗିରି ର ମାଓପ୍ରବଣ ଅଚଂଳ ପରିଦର୍ଶନ,ମାଓଦମନ ଓ କୋଭିଡ ସଂପର୍କରେ କରିଲେ ସମୀକ୍ଷା ।

୯-ରାଜ୍ୟ ପରିଚାଳିତ ହସ୍ପିଟାଲ୍‌ରେ ସ୍ଥାପନ ହେବ ଅକ୍ସିଜେନ୍‌ ଉତ୍ପାଦନ ପ୍ଲାଣ୍ଟ୍‌, ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ।

୧୦-କରୋନା ଚିକିତ୍ସା ପାଇଁ ନୂଆ ଔ‌ଷଧ: ଜାଇଡସ୍‌ର ‘ଭିରାଫିନ୍‌’କୁ ଡିସିଜିଆଇର ମଂଜୁରି । ଏହି ଔଷଧର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି।

୧୧-କରୋନା ସକ୍ରିୟ ମାମଲା ୨୪ ଲକ୍ଷ ଟପିଲା; ଲଗାତାର ୨ ଦିନ ଧରି ଦେଶରେ ୩ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା, ୨୪ ଘଣ୍ଟାରେ ୨୨୬୩ ମୃତ ।

୧୨-ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର ବିଧାୟକ ପ୍ରାର୍ଥୀ । ମେ ୧୬ରେ ହେବ ନିର୍ବାଚନ ।

୧୩-ବାରିପଦାରେ ମହିଳା ଓ କିନ୍ନରଙ୍କ ଦ୍ବାରା ପରିଚାଳିତ ବ୍ୟାଟେରିଚାଳିତ ଯାନର ଶୁଭାରମ୍ଭ ।

୧୪-ରେଳ ଧାରଣାରୁ ଶିଶୁକୁ ଉଦ୍ଧାର କରିଥିବା ରେଲ୍‌ଓ୍ବେ କର୍ମୀଚାରୀଙ୍କୁ ମିଳିଲା ଜାଓ୍ବା ମୋଟରସାଇକେଲ ।

୧୫-ଆଖି ଉପରେ ପଡ଼ୁଥିବା ଚାପ କମ୍ କରିବା ଲାଗି ଲାପ୍‌ଟପ୍ ଓ ଡେସ୍କଟପ୍ ବ୍ୟବହାରକାରୀମାନଙ୍କ ଲାଗି ଗୁଗଲ୍‌ ମିଟ୍‌ରେ ଲୋ ଲାଇଟ୍‌ ମୋଡ୍‌ ସୁବିଧା ଆସନ୍ତା ମାସଠାରୁ ଖୁବଶୀଘ୍ର ଆରମ୍ଭ ହେବ ।

୧୬-ଭାରତ-ଚୀନ ସୀମାକୁ ଯୋଡ଼ୁଥିବା ରାସ୍ତା ଚମୋଲିରେ ପୁଣି ଭାଙ୍ଗିଲା ଗ୍ଲେସିୟର, ବଢ଼ିଲା ଋଷିଗଙ୍ଗା ଜଳସ୍ତର ।

୧୭-ଭାରତରୁ କାନାଡ଼ା ପାକିସ୍ତାନ ଏବଂ ବାଂଲାଦେଶକୁ ବିମାନ ଉଡ଼ାଣ ୧ ମାସ ପାଇଁ ସ୍ଥଗିତ,ଏଥିରେ ସମସ୍ତ ବାଣିଜ୍ୟିକ ଏବଂ ଘରୋଇ ପାସେଞ୍ଜର ବିମାନ ସାମିଲ ରହିଛି।

୧୮-ଜିମ୍ବାୱେରେ ଚାଲିଥିବା ଦ୍ବିତୀୟ ଟି-୨୦: ଜିମ୍ବାୱେଠୁ ୧୯ ରନରେ ହାରିଲା ପାକିସ୍ତାନ ।

୧୯-ପୋଲାଣ୍ଡର କେଲସିରେ ଚାଲିଥିବା ଯୁବ ବିଶ୍ବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତୀୟ ଯୋଦ୍ଧା ସଚିନଙ୍କୁ ସ୍ଵର୍ଣ୍ଣ ପଦକ ।୮ ସ୍ବର୍ଣ୍ଣ ସହ ଇତିହାସ ରଚିଲା ଭାରତ ।

୨୦-ମୁମ୍ବାଇ ଉପରେ କିଙ୍ଗସ୍‌ର ବିଜୟ, ୯ ଓ୍ବିକେଟ୍‌ରେ ଜିତିଲା ପଞ୍ଜାବ ।

ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା ।*

 

Leave a Reply

Your email address will not be published.