ନନ୍ଦନକାନନ ସପ୍ତାହରେ ୩ ଦିନ ବନ୍ଦ

ନାଗରାଜ ନ୍ଯୁଜ୍‌: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆଜି (ଶନିବାର) ଠାରୁ ସୋମବାର ପର୍ଯ୍ୟନ୍ତ ୩ ଦିନ ଧରି କର୍ତୁପକ୍ଷ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରଖିଛନ୍ତି । ରାଜ୍ୟରେ ଜାରି ରହିଥିବା କରୋନା ମହାମାରୀର ଦ୍ୱିତୀୟ ଲହରିର ଚେନ୍‌ ଭାଙ୍ଗିବା ପାଇଁ ରାଜ୍ୟ ସରକାର ସପ୍ତାହନ୍ତ ଶନିବାର ଓ ରବିବାର ଦୁଇ ଦିନ ବନ୍ଦ ଘୋଷଣା କରିଛନ୍ତି। ଏହି ଦୁଇ ଦିନର ପରଦିନ ସୋମବାର ନନ୍ଦନକାନନର ଛୁଟିଦିନ ପଡ଼ୁଥିବାରୁ ସପ୍ତାହକୁ ୩ ଦିନ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । କଟକଣା ଜାରି ରହିଥିବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। ରାଜ୍ୟ ସରକାର ଆବଶ୍ୟତା ଦୃଷ୍ଟିରୁ କଟକଣା ବଢାଇଲେ ଗତ ବର୍ଷ ଭଳି ନନ୍ଦନକାନନ ପର୍ଯ୍ୟଟକଙ୍କ ଲାଗି ଅଧିକ ଦିନ ବନ୍ଦ ରହିପାରେ । ବନ୍ଦ ରହିବା ଫଳରେ ନନ୍ଦନକାନନ ରାଜ୍ଵ ହାରାଇବ ଓ ଆର୍ଥିକ କ୍ଷତି ମଧ୍ୟ ସହିବାକୁ ପଡିବ।
ସୂଚନା ଯୋଗ୍ୟ ଗତ ବର୍ଷ କୋଭିଡ ପ୍ରଥମ ଲହରି ପାଇଁ ନନ୍ଦନକାନନ ମାର୍ଚ୍ଚ ମାସରୁ ଅକ୍ଟୋବର ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଫଳରେ ନନ୍ଦନକାନନକୁ ଆର୍ଥିକ କ୍ଷତି ସହିବାକୁ ପଡିଥିଲା।

Leave a Reply

Your email address will not be published.