ମର୍ମନ୍ତୁଦ ସଡକ ଦୁର୍ଘଟଣା ଟ୍ରକ, ଜଣେ ମୃତ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବାଇପାସ୍ ୧୦ ନମ୍ବର ରାଜ୍ୟ ରାଜପଥ ଜାମପାଲି ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣାରେ ଟ୍ରକ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ହୋଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛି । ସୂଚନା ଅନୁଯାୟୀ ଛତିଶଗଡ଼ର କୋର୍ବାରୁ ଏକ ୧୬ ଚକିଆ ଟ୍ରକରେ କୋଇଲା ବୋଝେଇ ହୋଇ ରାଉରକେଲା ଯାଉଥିବା ବେଳେ ରାଜଗାଙ୍ଗପୁର ବାଇପାସ୍ ୧୦ନମ୍ବର ରାଜ୍ୟ ରାଜପଥ ଜାମପାଲି ଠାରେ ଆଗରେ ଯାଉଥିବା‌ ମେଟାଲ୍ ବୋଝେଇ ଡମ୍ଫର ପଛପଟୁ ଧକ୍କା ହେବାରୁ ଯାହଫଲର ଡ୍ରାଇଭର ଆପ୍ ତାପ ଆଶଲାମ୍ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି, ହେଲପର ହରିଚନ୍ଦନ ଯାଦବ ଗୁରୁତର ଆହତ ହୋଇଥିଲା ।

ଖବରପାଇ ରାଜଗାଙ୍ଗପୁର ଥାନାଧିକାରୀ ଶ୍ରୀ ବସ୍ଛ ପ୍ରଧାନ  ଘଟଣାସ୍ଥଳରେ ପହଂଚି ମୃତ ଡ୍ରାଇଭରର ଶବ ଉଦ୍ଧାର କରିଥିବା ବେଳେ ଗୁରୁତର ହେଲପରକୁ ଉଦ୍ଧାର କରି ପ୍ରଥମେ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନା ଏବଂ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ପୋଲିସ ଅଧିକ ତଦନ୍ତ କରୁଥିବା ଜଣାଯାଇଛି ।

ସୁନ୍ଦରଗଡ଼ ରାଜଗାଙ୍ଗପୁରରୁ ଦଶରଥ ପୋଡ଼ଙ୍କ ରିପୋର୍ଟ ନାଗରାଜ ନ୍ଯୁଜ୍‌

Leave a Reply

Your email address will not be published.