କର୍ମଚାରୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଢେଙ୍କାନାଳ: ଗଁଦିଆ ଥାନା ଅଞ୍ଚଚଳରେ ଦିନକୁ ଦିନ ବଢିବାରେ ଲାଗିଛି ଅରଜଗତା । ଗଁଦିଆ ବିଦ୍ୟୁତ ବିଭାଗର ଅଭିଯୋଗ କରିବାର ୧୮ ଘଣ୍ଟା ପରେବି କାର୍ଯ୍ୟନୁଷ୍ଠାନ ଶୂନ୍ୟ ।

ସୂଚନା ଅନୁଯାୟୀ ଗଲା କାଲି ସନ୍ଦ୍ୟା ସମୟରେ ଗଁଦିଆ ଥାନା ମନ୍ଦାର ଗ୍ରାମପଞ୍ଚାୟତ ଦଲାର ଗ୍ରାମରେ ବିଜୁଳି ଚୋରି ହେଉଥିବା ଖବର ପାଇ ଗଁଦିଆ ସବଷ୍ଟେସନର ଜେଇ ଓ ଅନ୍ୟ କର୍ମଚାରୀ ମାନେ ଚଢ଼ାଉ କରିଥିଲେ । ସେହି ସମୟରେ ଗ୍ରାମର କିଛି ବ୍ୟକ୍ତି ଜେଇ ଓ ଅନ୍ୟ କର୍ମଚାରୀ ମାନଙ୍କୁ ଅଟକାଇ ମାରପିଟ୍ କରିଥିଲେ । ଏଥିରେ ଜଣେ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ମାନେ ସାମାନ୍ୟ ଆହତ ହୋଇ ଶ୍ରୀରାମଚନ୍ଦ୍ର ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ସଙ୍ଗେ ସଙ୍ଗେ ଗଁଦିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବଆ ବେଳକୁ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ ।

ଆଜି ଗଁଦିଆ ସବ ଷ୍ଟେସନର କର୍ମଚାରୀ ମାନେ କାଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି । ସେମାନେ କହିଛନ୍ତିଯେ, ୧୮ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏ ପଯ୍ୟନ୍ତ ପୋଲିସ କାହାକୁ ଗିରଫ କରିନାହଁ । ଦୋଷୀକୁ ଗିରଫ ନକରିବା ଯାଏ କାଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି କର୍ମଚାରି ମାନେ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published.