ସୀମା ବିବାଦ ପାଇଁ ତୁମୁଳକାଣ୍ଡ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାରେ କୈବଲ୍ୟ ବଜାର ଓ ଦେଉଳ ସାହି ସୀମା ବିବାଦ ଉଗ୍ରରୂପ ନେଇଛି । ଦୁଇ ଗୋଷ୍ଠୀ ଆଜି ମୁହାଁମୁହୁଁ ହୋଇଛନ୍ତି । ଆକ୍ରମଣ ସହ ଘର, ଦୋକାନ ଘର ଭଙ୍କାରୂଜା କରିଛନ୍ତି । ଏହାର ପ୍ରତିବାଦରେ ମଧ୍ୟାହ୍ନ ୨ଟାରୁ ରାତି ୭ଟା ଯାଏ ବଳରାମ ମନ୍ଦିର ଛକ, ଓମେନ୍ସ କଲେଜ ଛକ ଏବଂ ରଥଗଡା ତିନିଟି ଛକରେ ରାସ୍ତାରୋକ କରାଯାଇଛି । ପ୍ରମୁଖ ଛକ ଅବରୋଧ ଫଳରେ ପୂଜା ଦେଖିବାକୁ ଆସିଥିବା ଲୋକ ସମସ୍ୟା ଭୋଗିଛନ୍ତି । ପଲ୍ଲିଶ୍ରୀ ମେଳାକୁ ଲୋକେ ଯାଇପାରିନାହାନ୍ତି । ଏହି ଆକ୍ରମଣ ପ୍ରତିଆକ୍ରମଣରେ ଆଜି ସହରରେ ଏକ ପ୍ରକାର ଆତଙ୍କରାଜ ଖେଳିଯାଇଛି । ଅପରାହ୍ନ ପ୍ରାୟ ଗୋଟାଏ ବେଳେ ହଠାତ୍ ଦେଳଉ ସାହିର ପ୍ରାୟ ୫୦ରୁ ଲୋକ ୩୮ଟି ବାଇକରେ ସଙ୍ଘବଦ୍ଧ ଭାବେ କୌବଲ୍ୟ ବଜାରରେ ପହଞ୍ଚିଥିଲେ । ବଜରଙ୍ଗ କ୍ଲବ ଠାରେ କିଛି ଯୁବକ ବସିଥିବା ବେଳେ ତାଙ୍କୁ ଆକ୍ରମଣ କରିଥିଲେ । ତୁରନ୍ତ ସେମାନେ ଦୌଡିଯାଇ କ୍ଲବ ଘରେ ପସିଯିବାରୁ ବାହାରେ ଥିବା ଚେୟାର ଆଦି ଭଙ୍ଗାରୁଜା କରି ଚାଲିଯାଇଥିଲେ । ଏହାସହ ଏକ ଘରକୁ ଭାଙ୍ଗିଦେଇଥିଲେ । ପରେ ଆକ୍ରମଣକୁ ବିରୋଧକରି କୌବଲ୍ୟ ବଜାରର କିଛି ଯୁବକମାନେ ଉତ୍ତ୍ୟେକ୍ତ ହୋଇ ପଡିଥିଲେ । ବାଡି, ଠେଙ୍ଗା ଧରି ବଳରାମ ମନ୍ଦିର ନିକଟରୁ ରଥଗଡା ଦେଇ ପରିବା ମାର୍କେଟ ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ କରାଇଥିଲେ । ବଳରାମ ମନ୍ଦିର ନିକଟରେ ଥିବା ଏକ ଏକ ଟ୍ରାଫେଲର ଦୋକାନକୁ ଭାଙ୍ଗିଦେଇଥିଲେ । ଡରରେ ଦୋକାନୀମାନେ ତୁରନ୍ତ ସଟର ଟାଣିଦେଇଥିଲେ । ଏହାପରେ ରାସ୍ତାରୋକ କରାଯାଇଥିଲା । ରଥଗଡା, ଓମେନ୍ସ କଲେଜ ଛକ ଏବଂ ବଳରାମ ମନ୍ଦିର ଛକ ଆଦି ୩ଟି ଛକକୁ ବାଉଁସ ବାନ୍ଧି ଅବରୋଧ ମେରିଥିଲେ । ଫଳରେ ଯାତାୟାତ ଠପ୍ ହୋଇଯାଇଥିଲା । ଉତେଜନା ପରିସ୍ଥଛିତିକୁ ଦେଖି ଅତିରିକ୍ତ ଏସପି ପୁରୁଷତ୍ତମ ସେଠୀ , ଏସଡିପିଓ ସୂର୍ଯ୍ୟନାରାୟଣ ପ୍ରଧାନ, ଓ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ଆନେ୍ଦାଳନକାରୀ ପୁଲିସ, ପ୍ରଶାସନର ଅବହେଳା କରଣରୁ ଏପରି ପରିସ୍ଥିତି ଉଜିଛି ବୋଲି ପ୍ରତିବାଦ କରି ପୁଲିସକୁ ଘେରିଥିଲେ ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.