ମାଟି ତଳୁ ବାହାରିଲେ ମହାପ୍ରଭୁ ଜଗନ୍ନାଥ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଆରୁହାବାଡ଼ ପଞ୍ଚାୟତ ଅଗସ୍ତିସାହିରେ କମଳାକାନ୍ତ ଅଗସ୍ତିଙ୍କ ବାଡ଼ିରୁ ବାହାରିଲେ ଜଗନ୍ନାଥ l ଗତ ୩ ଦିନ ତଳେ ମାଟି ତଳୁ ଜଗନ୍ନାଥଙ୍କର ଏହି ପଥର ମୂର୍ତ୍ତିକୁ ପରିବାର ଲୋକେ ଉଦ୍ଧାର କରିଛନ୍ତି l ଗତ ୨ ବର୍ଷ ହେବ କମଳାକାନ୍ତଙ୍କର ପୁଅ ଦିଲ୍ଲୀପ ଅଗସ୍ତିଙ୍କୁ ବାରମ୍ବାର ସ୍ୱପ୍ନାଦେଶ ହେଉଥିଲା l ଏହାକୁ ନେଇ ପରିବାର ଲୋକେ ଚିନ୍ତାପ୍ରକଟ କରିଥିଲେ l ଏହାକୁ ନେଇ ପରିବାର ଲୋକେ ସାଧକଙ୍କ ପାଖକୁ ଯାଇ ବୁଝାବୁଝି କରି ବିଫଳ ହୋଇଥିଲେ l ଗତ ୪ ଦିନ ତଳେ ଦିଲ୍ଲୀପ ବାଡ଼ି ପଛପଟେ ଥିବା ଗୋଟିଏ ବେଲ ଗଛ ପାଖରେ ମାଟି ଖୋଲିବା ଆରମ୍ଭ କରିଥିଲେ l ଏବଂ ସେ ମାଟି ଖୋଳିବା ସମୟରେ ପଥର ମୂର୍ତ୍ତି ତାଙ୍କ ଶାବଳରେ ବାଜିଥିଲା l ପରେ ସେ ହାତରେ ମାଟି କାଢ଼ିବାବେଳେ ଜଗନ୍ନାଥଙ୍କୁ ପାଇଥିଲେ l ପରେ ସ୍ଥାନୀୟଲୋକେ ଏହି ଘଟଣା ଜାଣିପାରିବା ପରେ ସ୍ଥାନୀୟ ଅଂଚଳରେ ଜଗନ୍ନାଥ ଭକ୍ତଙ୍କର ସମାଗମ ହେଉଥିବା ବେଳେ ଭଜନ କୀର୍ତ୍ତନ ଚାଲୁରହିଛି l

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.