ବାଇକ୍ ଦୁର୍ଘଟଣା ୨ ମୃତ ଜଣେ ଆହତ

ବାଲେଶ୍ବର: ସୋର-କୁପାରୀ ୫୭ ନମ୍ବର ରାଜ୍ୟ ରାଜପଥର ନହଙ୍ଗ କଲେଜ ନିକଟରେ ଏକ ଦୁର୍ଘଟଣା ଘଟିଛି । ଉଭୟ ଦିଗରୁ ଦୃତ ଗତିରେ ଯାଉଥିବା ବାଇକ୍ ଚାଳକଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ବାଇକ୍ ଆରୋହି ଗୁରୁତର ହୋଇଥିଲେ । ଖବରପାଇ ଖଇରା ଦମକଳ ବାହିନି ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ନିକଟସ୍ଥ ଖଇରା ମେଡିକାଲରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିବା ବେଳେ ଅନ୍ୟ ଗୁରୁତର ଜଣକ ଚିକିତ୍ସା ପାଇଁ ଅନ୍ୟତ୍ର ରେଫର ହୋଇଛନ୍ତି । ତେବେ ମୃତ ଓ ଆହତ ବ୍ୟକ୍ତି ମାନଙ୍କର ସମ୍ପୂର୍ଣ୍ଣ ପରିଚୟ ଏଯାଏ ମିଳିନାହିଁ ।

Leave a Reply

Your email address will not be published.