ଢେଙ୍କାନାଳରୁ ୨ଟି ଅଜଗର ଉଦ୍ଧାର

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ଢେଙ୍କାନାଳରୁ ଦୁଇଟି ବିଶାଳକାୟ ଅଜଗର ଉଦ୍ଧାର ହୋଇଛନ୍ତି । ଉଦ୍ଧାର ହୋଇଥିବା ଦୁଇଟି ସାପ ମଧ୍ୟରୁ ଗୋଟେ ପନ୍ଦର ଫୁଟର ହୋଇଥିବା ବେଳେ ଆଉ ଗୋଟିଏ ପାଞ୍ଚ ଫୁଟର ଅଜଗର ରହିଛି । ପନ୍ଦର ଫୁଟର ଅଜଗର ସାପଟି ଢେଙ୍କାନାଳ ଗଜମରା ନିକଟସ୍ଥ କମନିଙ୍ଗ ଗାଁରୁ ଉଦ୍ଧାର ହୋଇଥିବା ବେଳେ ଅନ୍ୟଟି ବୋରାପଦା ଜଙ୍ଗଲ ନିକଟସ୍ଥ ଗାଁ ପାଖରୁ ଉଦ୍ଧାର ହୋଇଛି । କମନିଙ୍ଗ ଗାଁ ନିକଟରେ ଇଶ୍ୱର ବେହେରା ନାମକ ଜଣେ ଚାଷୀ ବଗିଚା ସଫା କରୁଥିବା ସମୟରେ ଏହି ଅଜଗର ସାପଟିକୁ ଦେଖିଥିଲେ । ପରେ ୱ।ଇଲ୍ଡ ଲାଇଫ ଓ ସ୍ନେକ ରେସ୍କ୍ୟୁ ଟିମ ଓ ବନବିଭାଗକୁ ଖବର ଦେବା ପରେ ଦୁଇଟି ଜାକ ସାପକୁ ଉଦ୍ଧାର କରାଯାଇ ବୋରାପଦା ନିକଟସ୍ଥ ଜଙ୍ଗଲ ଭିତରକୁ ସୁରକ୍ଷିତ ଭାବେ ଛାଡି ଦିଆଯାଇଛି ।

Leave a Reply

Your email address will not be published.