ଦୁଇ କେନ୍ଦ୍ର ମନ୍ତ୍ରୀ ଓଡ଼ିଶାର ଚାରିଜଣ ବରପୁତ୍ର ମାନଙ୍କର ନାମରେ ଡ଼ାକ ଟିକଟ ଉନ୍ମୋଚନ କଲେ

କଟକ,(ନାଗରାଜ ନ୍ୟୁଜ): ଭାରତ ସରକାରଙ୍କର ସଞ୍ଚାର ମନ୍ତ୍ରଣାଳୟ ଓ ଡାକ ବିଭାଗ ମନ୍ତ୍ରଣାଳୟ ଓଡ଼ିଶା ଡାକ ପରିମଣ୍ଡଳ ଆନୁକୂଲ୍ୟରେ ଆଜି ରେଭେନ୍ସା ବିଶ୍ଵବିଦ୍ୟାଳୟର ସେଭେନ ପିଲାର ଠାରେ ଓଡିଶାର ୪ ଜଣ ବରପୁତ୍ର ମାନଙ୍କର ନାମରେ ଡାକଟିକଟ ଉନ୍ମୋଚିତ ହୋଇଯାଇଛି । ଓଡ଼ିଶାର କଳା ଜଗତକୁ ଶ୍ରେଷ୍ଠ ସାରସ୍ୱତ ଅବଦାନ ପାଇଁ ସଙ୍ଗୀତ କ୍ଷେତ୍ରରେ ସୁନାମଧନ୍ୟ ଗୀତିକାର ତଥା କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି, ନୃତ୍ୟ କ୍ଷେତ୍ରରୁ ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ କେଳୁଚରଣ ମହାପାତ୍ର, ସାହିତ୍ୟ କ୍ଷେତ୍ରରୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରୁ ପ୍ରଥମ ଓଡ଼ିଆ ନିର୍ଦ୍ଦେଶିକା ପାର୍ବତୀ ଘୋଷଙ୍କ ନାମରେ ଡାକଟିକଟ ଉନ୍ମୋଚିତ ହୋଇଯାଇଛି । ଏହି ଉତ୍ସବରେ ଭାରତ ସରକାରଙ୍କର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଉଭୟ ଭାବରେ ଯୋଗଦେଇ ଓଡ଼ିଶାର ୪ ଜଣ ବରପୁତ୍ର ମାନଙ୍କର ନାମରେ ଡାକଟିକଟକୁ ଉନ୍ମୋଚନ କରି କହିଲେ କଳା, ସଂସ୍କୃତି ଏବଂ ସାହିତ୍ୟ କ୍ଷେତ୍ରରେ ଏମାନଙ୍କର ଅବଦାନ ଚିରସ୍ମରଣୀୟ । ବର୍ତ୍ତମାନ ଭାରତ ବିକାଶ ପଥରେ ଆଗେଇଛି । ଏଥି ସହିତ ଓଡ଼ିଶା ମଧ୍ୟ ଏହି ବିକାଶ କ୍ଷେତ୍ରରେ ସାମିଲ ହୋଇଛି । ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ ଶ୍ରୀ ଶୁଭେନ୍ଦୁ ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରି ସ୍ବାଗତଭାଷଣ ଦେଇଥିଲେ । ରେଭେନ୍ସା ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ।

 

Leave a Reply

Your email address will not be published.