ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେଶବ ଧାମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କଟକ,(ନାଗରାଜ ନ୍ୟୁଜ): କଟକ ଗତିରାଉତ ପାଟଣା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେଶବ ଧାମ ରେ କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଜି କଟକ ରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେବେ କେନ୍ଦ୍ର ମନ୍ତ୍ରୀ।। ପ୍ରଥମେ କଟକ ଆସି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେଶବ ଧାମ ରେ ପହଞ୍ଚି ଥିଲେ କେନ୍ଦ୍ରମନ୍ତ୍ରୀ।

ପ୍ରଥମେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଶ୍ରୀ ବୈଷ୍ଣବ ଙ୍କୁ ସ୍ୱାଗତ କରାଯାଇଥିଲା।।ଶ୍ରୀ ବୈଷ୍ଣବ ପ୍ରଧାନ ଆଚାର୍ଯ୍ୟ , ଆଚାର୍ଯ୍ୟ , ଛାତ୍ର ମାନଙ୍କ ସହିତ କିଛି ସମୟ କଟାଇଥିଲେ। ଆଗାମୀ ଦିନରେ ଛାତ୍ର ମାନେ କିପରି ନିଜର ଭବିଷ୍ୟତ ଗଢିବେ ଉଦବୋଧନ ଦେଇ କହିଥିଲେ।। ସଫଳତା ପାଇବା ପାଇଁ ଜୀବନର ଏକ ଲକ୍ଷ୍ୟ ରହିବା ଦରକାର ଓ ଲକ୍ଷ୍ୟ ହାସଲ ପାଇଁ ପରିଶ୍ରମ କରିବା ନିହାତି ଦରକାର, ତାହାଲେ ଯାଇଁ ସଫଳତା ମିଳି ପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।।ଏଥି ସହିତ ଶ୍ରୀ ବୈଷ୍ଣବ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମଧ୍ୟାହ୍ନ ଭୋଜନରେ କରିବା ସହ ବିଦ୍ୟାମନ୍ଦିର ଶିକ୍ଷା ସମ୍ପର୍କ ରେ ଆଲୋଚନା କରିଥିଲେ।। ସରସ୍ୱତୀ ବିଦ୍ୟାମନ୍ଦିର ଟି ଭାରତୀୟ ସଂସ୍କୃତି ପରମ୍ପରାର କୁ ଆଧାର କରି ଶିକ୍ଷା ଦିଆଯାଇଥାଏ।। ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ବୈଷ୍ଣବ ଙ୍କୁ ଶିକ୍ଷାନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।।କାର୍ଯ୍ୟକ୍ରମ ରେ ଶିକ୍ଷା ବିକାଶ ସମିତିର ସଦସ୍ୟ ମାନଙ୍କ ସମେତ , ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ , ଆଚାର୍ଯ୍ୟ , ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।।ପରିଶେଷରେ କେନ୍ଦ୍ର ମନ୍ତ୍ରୀ କଟକ ଜିଲ୍ଲାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଉର୍ଣ୍ଣତି ନିମନ୍ତେ ଏକ କୋଟି ଟଙ୍କା ସାଂସଦ ପାଣ୍ଠିରୁ ଦିଆଯିବ ବୋଲି କହିଛନ୍ତି।

Leave a Reply

Your email address will not be published.