ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାକୁ କହି ଟଙ୍କା ହଡପ ଅଭିଯୋଗ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାକୁ କହି ଜଣେ ଠକ ଗରିବ ଆଦିବାସୀ ମାନଙ୍କ ଠାରୁ ଟଙ୍କା ଠକି ନେଇଥିବାର ଗଁଦିଆ ଥାନାରେ ଲିଖିତ ଅଭିଯୋଗ ହୋଇଅଛି ପୋଲିସ ଠାରୁ ପ୍ରକାଶ ମୋଟଗାଁ ଥାନା ଅନ୍ତର୍ଗତ ନିମିଧା ଗ୍ରାମର ବାବୁଲି ଦାସ୫୫ବର୍ଷ ଗଁଦିଆ ଥାନା ଅନ୍ତର୍ଗତ ବିଧାରପୁର ଗ୍ରାମ ପଞ୍ଚାୟତ ଅଧିନ ଅନ୍ନପୁର ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଦୀର୍ଘ୩୦ବର୍ଷ ହେଲା ଘର କରି ରହିଛି ସେ ନାନା ପ୍ରକାର ଫନ୍ଦି ଫିକର କରି ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କୁ ଅନେକ ସମୟରେ ଠକି ଥାଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ କହି ଏଇ ନିକଟରେ ସୋରିସିଆପଦା ଗ୍ରାମ ପଂଚାୟତର ଭଅଁରାଗୋଡ଼ା ଗ୍ରାମର କିଛି ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କୁ ଠକିଥିବାର ଜଣାଯାଇଛି ସେମାନଙ୍କ ମଧ୍ୟରେ ଦେବକୀ ବେହେରା ମମତା ଦେହୁରୀ ପ୍ରମିଳା ଦେହୁରୀ ସୁଷମା ଖଟୁଆ ସୁରେନ୍ଦ୍ର ବେହେରା ଓ ଟୁକୁନା ଦେହୁରୀ ଏମାନଙ୍କ ଠାରୁ ଘର ଦେବା ପାଇଁ ଜଣକ ପିଛା୧୦୦୦ହଜାର ଟଙ୍କା ଠକି ନେଇଛି ଏମାନେ ଘର ମିଳିବା ବାବଦରେ ବାବୁଲି କୁ ପଚାରିବାରୁ ସେ ବାରମ୍ବାର ଠକି ଚାଲୁଥିଲା ଏମାଙ୍କର ସନ୍ଦେହ ହେବାରୁ ଉକ୍ତ ଠକ ବିରୁଦ୍ଧରେ ଗଁଦିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୋଲିସ ଘଟଣାର ତଦନ୍ତ କରି ଏଥିରେ ସମ୍ପୁର୍କ୍ତ ଉକ୍ତ ଠକକୁ ଗିରଫ କରି କେସ ନଂ95ରେ ଏକ ମାମଲା ରୁଜୁ କରି ଦଫା420/294/506ଆଇ ପି ସି ରେ ଆଜି କୋର୍ଟ ଚାଲାଣ କରିଛି .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.