ପ୍ରଧାନ ଶିକ୍ଷକଙ୍କର ମନମୁଖୀ କାର୍ଯ୍ୟକୁ ନେଇ ଅଭିବାବକଙ୍କ ମଧ୍ୟରେ ଅସନ୍ତୋଷ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଗଁଦିଆ ବ୍ଲକ ଅନ୍ତର୍ଗତ ପୋରୁହଖୋଜ ଗ୍ରାମ ପଂଚାୟତର ପୋରୁହଖୋଜ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସମ୍ପର୍କରେ ଅଭିବାବକ ଓ ପରିଚାଳନା କମିଟିର ସଦସ୍ୟ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ଘଟଣାରୁ ଜଣାଯାଇଛି ପ୍ରତି ସରକାରୀ ଉଚ୍ଚ ଓ ପ୍ରାଥମିକ ବିଦ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ସମୟରେ ଉକ୍ତ ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ଓ ବିଦ୍ୟାଳୟରେ ଅଧାୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କର ଅଭିବାବକ ମାନଙ୍କର ଉପସ୍ଥିତରେ ଉକ୍ତ ବିଦ୍ୟାଳୟର ପରୀକ୍ଷା ଫଳ ଘୋଷଣା କରିବାର ବିଧି ସରକାରୀ ସ୍ତରରେ ଗଣଶିକ୍ଷା ବିଭାଗ ପକ୍ଷରୁ ନିୟମ ରହିଅଛି କିନ୍ତୁ ଉକ୍ତ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଉକ୍ତ ନିୟମକୁ ଖୁଲମ ଖୁଲା ଉଲଘଂନ କରି ମେରିରାୟ ନୀତିରେ ଆଜି ବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶ କରିଛନ୍ତି ଯାହାକୁ ନେଇ ପରିଚାଳନା କମିଟିର ସଦସ୍ୟ ଓ ଅଭିବାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କର ଏପରି ମାନମାନି କାର୍ଯ୍ୟ ବିରୁଦ୍ଧରେ ପରିଚାଳନା କମିଟିର ସଦସ୍ୟ ଓ ଅଭିବାବକ ମାନେ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ତାଙ୍କୁ ଏଠାରୁ ତୁରନ୍ତ ବଦଳି ପାଇଁ ଦାବି କରିଛନ୍ତି ଯଦି ଆଗାମୀ ଦିନରେ ତୁରନ୍ତ ଦାବି ପୂରଣ ନହୁଏ ତାହେଲେ ପରିଚାଳନା କମିଟିର ସଦସ୍ୟ ଓ ଅଭିବାବକ ମାନେ ଢେଙ୍କାନାଳ ଜିଲ୍ଲାପାଳଙ୍କର ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି ଏହି ଘଟଣା ସମ୍ପର୍କରେ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଙ୍କୁ ପଚାରିବାରୁ ସେ କହିଛନ୍ତି ସରକାରଙ୍କର ନିୟମ ଅନୁସାରେ ବିଦ୍ୟାଳୟ ପକ୍ଷରୁ ପରିଚାଳନା କମିଟିର ସଦସ୍ୟ କିମ୍ବା ଅଭିବାବକ ମାନଙ୍କୁ ଅବଗତ କରାନଯାଇ କେବଳ ମୌଖିକ ଭାବରେ ପିଲାମାନଙ୍କ ହାତରେ ଖବର ପଠାଯାଇଥିଲା ବୋଲି ପ୍ରଧାନ ଶିକ୍ଷକ ମଧୁ ବେହେରା କହିଛନ୍ତି ଉକ୍ତ ପ୍ରଧାନ ଶିକ୍ଷକ ଙ୍କର କାର୍ଯ୍ୟଶୈଲି କୁ ନେଇ ଦୀର୍ଘଦିନ ହେଲା ଗ୍ରାମବସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.