ୟୁଏନଏଫପିଏ ଆନୁକୂଲ୍ୟରେ ଲିଙ୍ଗଗତ ଅସମାନତା ଓ ମହିଳା ହିଂସା ବନ୍ଦ ସଭା

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ୟୁଏନଏଫପିଏ ଆନୁକୂଲ୍ୟରେ ପିଙ୍ଗୁଆ ଡିଗ୍ରୀ କଲେଜ ଠାରେ ଲିଙ୍ଗଗତ ଅସମାନତା ଓ ମହିଳାମାନଙ୍କ ପ୍ରତି ହିଂସାକୁ ବନ୍ଦ କରିବା ପରିପ୍ରେକ୍ଷିରେ ଦ୍ୱିତୀୟ ଦିନ । ଏହି ଅଭିଯାନରେ ଗନ୍ଦିଁଆ ବ୍ଲକ ଓ ପିଙ୍ଗୁଆ ଗ୍ରାମପଞ୍ଚାୟତର ପିଙ୍ଗୁଆ ଡିଗ୍ରୀ କଲେଜ ପ୍ରାଙ୍ଗଣରେ ବରିଷ୍ଠ ଓଡ଼ିଆ ଅଧ୍ୟାପକ ରଶ୍ମି ରଞ୍ଜନ ମହାଳିକ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଗନ୍ଦିଁଆ ଡିଜିଟାଲ ମିଡିଆ ଆସୋସିଏସନର ସଭାପତି ତଥା ପୂର୍ବତନ ବେଗା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦିପ କୁମାର ଦାସ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଡିଜିଟାଲ ମିଡିଆ ଆସୋସିଏସନର କୋଷାଧ୍ୟକ୍ଷ ଅକ୍ଷୟ କୁମାର ପାତ୍ର, ସୌମ୍ୟ ରଞ୍ଜନ ମହାନ୍ତି ଓ ବୁଲୁ ନାୟକ ଯୋଗ ଦେଇଥିଲେ ।

ସମସ୍ତ ଅତିଥିମାନଙ୍କ ଉପସ୍ଥିତିରେ ପିଙ୍ଗୁଆ ଡିଗ୍ରୀ କଲେଜର ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା । ମହିଳା ଓ ଝିଅମାନଙ୍କ ପ୍ରତି ହେଉଥିବା ହିଂସା ଯେପରି କନ୍ୟା ଭ୍ରୁଣହତ୍ୟା, ବାଲ୍ୟବିବାହ ଓ ଝିଅମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନା, ପାରିବାରିକ ହିଂସା ଓ ଯୌତୁକ ଜନିତ ନିର୍ଯ୍ୟାତନା ଭଳି ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା । ଶୋଭା ସଙ୍ଗଠନର ବାଳିକା ଓ ମହିଳା ଗ୍ରାମ ପଞ୍ଚାୟତ ପ୍ରକଳ୍ପ ବ୍ଲକ ସଂଯୋଜିକା ଶୁଭଶ୍ରୀ ପାଇଟଲ ସମସ୍ତ ଛାତ୍ରଛାତ୍ରୀମାନଙ୍କ ସହିତ ଅତିଥି ମାନଙ୍କୁ କମଳା ରଙ୍ଗର ଫିତା ବାନ୍ଧିଥିଲେ । ଏହାସହ ବାଳିକା ଓ ମହିଳାମାନଙ୍କ ପ୍ରତି ହିଂସା ବନ୍ଦ କରିବା ପାଇଁ ଶପଥ ପାଠ କରାଯାଇଥିଲା ।

Leave a Reply

Your email address will not be published.