ମୋବାଇଲ ହସ୍ପିଟାଲ ରଥର ଶୁଭ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କଟକ, (ନାଗରାଜ ନ୍ୟୁଜ): ଆଠଗଡ ଉପଖଣ୍ଡରେ ଗାଁ ଗାଁ ରେ ମାଗଣାରେ ପହଞ୍ଚିବ ସ୍ଵାସ୍ଥ୍ୟସେବା ରଥ । ଆଜି ଆଠଗଡ ମାଧପୁର ଠାରେ ଥିବା ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା କେନ୍ଦ୍ର ପରିସରରେ ଏହି ଅତ୍ୟାଧୁନିକ ମୋବାଇଲ ହସ୍ପିଟାଲ ରଥର ଶୁଭ ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।ଏହି ମୋବାଇଲ ୟୁନିଟରେ ଡାକ୍ତର , ନର୍ସ ଠାରୁ ଆରମ୍ଭ କରି ସମସ୍ତ ସେବା ଉପଲବ୍ଧ ବୋଲି ମନ୍ତ୍ରୀ କହିଛନ୍ତି । ଆଠଗଡରୁ କଟକ ବଡଡାକ୍ତର ଖାନା ଯାଉଥିବା ରାସ୍ତାରେ ଘଣ୍ଟିଖାଲ ରେଲୱେ କ୍ରସିଂରେ ଭୂତଳ ବ୍ରିଜ୍ କରାଯିବାପାଇଁ ପ୍ରତିଶୃତି ଦେଇଛନ୍ତି । ମାଧପୁର ଠାରେ ଥିବା ଏହି ଜିମସାର ଡାକ୍ତରଖାନାକୁ ମନ୍ତ୍ରୀ ୪୦ଲକ୍ଷ ଟଙ୍କା ବ୍ୟୟରେ ଆଇସିୟୁ ଓ ଏବେ ଏହି ମୋବାଇଲ ୟୁନିଟ ଆମ୍ବୁଲାନ୍ସ ଦେଇଥିବାରୁ ଜିମସାର ଅଧ୍ୟକ୍ଷ ନିରଞନ ରଥ ଧନ୍ୟବାଦ ଦେଇଛନ୍ତି  ।

Leave a Reply

Your email address will not be published.