ସିମୁଳିଆରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ଆଦିବାସୀ ଓ ଜନଜାତି କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର,(ନାଗରାଜ ନ୍ୟୁଜ): ଆଗାମୀ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ଆଦିବାସୀ ଓ ଜନଜାତି କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ସିମୁଳିଆ ଠାରେ ପହଞ୍ଚିଛନ୍ତି । ନିର୍ବାଚନରେ ଦଳ କିପରି ବିପୁଳ ସଙ୍ଖ୍ଯାରେ ବିଜୟ ଲାଭ କରିବ, ସେଥିପାଇଁ ଦଳୀୟ କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର ଦେବା ଥିଲା ତାଙ୍କର ମୁଖ୍ଯ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ବାଲେଶ୍ଵର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ପ୍ରଭାରୀ ନିଯୁକ୍ତି ହେବା ପରେ ଏହା ତାଙ୍କର ପ୍ରଥମ ଗସ୍ତ । ସିମୁଳିଆ ଠାରେ ପହଞ୍ଚିବା ପରେ ବିଜେପି ନେତା ପଦ୍ମଲୋଚନ ପଣ୍ଡା, ଯୁବନେତା ଅଣୁମାଧବ ପଣ୍ଡା, ନିଳମାଧବ ପଣ୍ଡା ଓ ରାଜ୍ୟ ବିଜେପି ପ୍ରବକ୍ତା ଠାକୁର ରଣଜିତ୍ ଦାସ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମୁଣ୍ଡାଙ୍କୁ ଫଲତୋଡା ଦେଇ ଭବ୍ଯ ସ୍ବାଗତ ଜଣାଇଥିଲେ । ୨୦୨୪ ନିର୍ବାଚନ ପାଇଁ ଦଳର ସାଙ୍ଗଠନିକ କାର୍ଯ୍ୟକୁ କିପରି ସୁଦୃଢ ଓ ତ୍ବରାନ୍ବିତ କରାଯିବା ଆଵଶ୍ୟକ ସେବିଷୟରେ କର୍ମୀ ମାନଙ୍କୁ କହିଥିଲେ ।

ପରେ ମର୍କୋଣା କଲ୍ୟାଣ ମଣ୍ଡପ ଠାରେ ବିଜେପିର ସାଂଗଠନିକ କର୍ମୀଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାର ସଫଳ ରୂପାୟନ ବିଷୟରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଯୁବ ପିଢୀ ମାନଙ୍କୁ ରାଜନୀତିରେ ସୁଯୋଗ ଦେବା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.