ଉପୁଡିଲା ଶତାଧିକ ବର୍ଷର ନିମ୍ବ ବୃକ୍ଷ,ହେଲାନି କିଛି କ୍ଷତି

ବାଲେଶ୍ବର: ଉପୁଡିଲା ଶତାଧିକ ବର୍ଷର ନିମ୍ବ ବୃକ୍ଷ, ହୋଇନି କିଛି କ୍ଷତି, କାମ କଲାନି କାଟିବା ଯନ୍ତ୍ର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗୋଳିହା ପଞ୍ଚାୟତ ଖାନପୁର ଗ୍ରାମରେ । କିଛି ଦିନ ତଳେ ବର୍ଷା ପବନରେ ହଠାତ୍ ଶତାଧିକ ବର୍ଷର ନିମ୍ବ ବୃକ୍ଷଟି ଉପୁଡି ପଡିଥିଲା । ମୂଳରେ ମା ଦୁର୍ଗା ଓ ମା ମଙ୍ଗଳା ଥିବାରୁ ମା’ଙ୍କ ଦୟାରୁ କାହାରି କିଛି କ୍ଷତି ହୋଇନଥିବାର ଗ୍ରାମବାସୀଙ୍କ ତରଫରୁ ଗ୍ରାମର ମୁଖିଆ ଭରତ ଚନ୍ଦ୍ର ରାଉତ ପ୍ରକାଶ କରିଛନ୍ତି । କେତେ ବର୍ଷର ଗଛ ଗ୍ରାମବାସୀ କି ମା’ ଙ୍କ ପୂଜକ ମଧ୍ୟ କହିପାରୁ ନାହାନ୍ତି । ଗଛ କଟାଳି ଦଳ ଓ ଅଡା ଦମକଳ ବାହିନୀ ଆସି ଗଛ କାଟିବା ଆରମ୍ଭ କରିଥିଲେ ମଧ୍ୟ ସେମାନଙ୍କ ଯନ୍ତ୍ର କାମ ନକରିବାରୁ ଫେରିଯାଇଥିଲେ । କ’ଣ ରହିଛି ଏହାର ମାହାତ୍ମ୍ୟ, କାହିଁକି ଏପରି ଘଟୁଛି ବୋଲି ଭାବି ଗ୍ରାମବାସୀମାନେ ବାଜାବଜାଇ କରୁଛନ୍ତି ମା’ଙ୍କ ପୂଜାର୍ଚ୍ଚନା । ସମସ୍ତଙ୍କର ଧାରଣା ନିଶ୍ଚୟ ରହିଛି କିଛି ମାହାତ୍ମ୍ୟ ଯାହା ସମସ୍ତଙ୍କୁ ଚକିତ କରିଛି । ଅନେକ ଲୋକ ମଧ୍ୟ ବୃକ୍ଷକୁ ଦେଖିବାକୁ ଆସୁଥିବାର ଗ୍ରାମବାସୀମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

 

Leave a Reply

Your email address will not be published.