ବିଧାୟକଙ୍କ ଦ୍ଵାରା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କ ଦ୍ବାରା ନିଜ ନିର୍ବାଚନ କ୍ଷେତ୍ର ସିମୁଳିଆ- ଖଇରା ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଖଇରା ବ୍ଲକ ୬ ନମ୍ବର ଜୋନରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରା ମାଧ୍ୟମରେ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଓ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଦୀର୍ଘ ୨୨ ବର୍ଷ ବ୍ଯାପୀ ନିରବଚ୍ଛିନ୍ନ ସେବାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାବାରେ ସକ୍ଷମ ହୋଇଥିଲେ । ଏଥିରେ ୬ ନମ୍ବର ଜୋନର ସମସ୍ତ ପଞ୍ଚାୟତରୁ ବହୁ କର୍ମୀ ଯୋଗ ଦେଇଥିଲେ । ପରେ ପରେ ଜାତୀୟ ଶିକ୍ଷା ଦିବସ ଅବସରରେ ବାଉଁଶଗଡିଆ ପଞ୍ଚାୟତ ବରପଦା ଠାରେ ଥିବା ଶାନ୍ତିଲତା ଉପ୍ରା ବିଦ୍ୟାଳୟରେ କଲାମ ଆତ୍ମା ଫାଉଣ୍ଡେସନ ଦ୍ବାରା ନିର୍ମିତ ହୋଇଥିବା ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାକାଶ ପ୍ରତିରକ୍ଷା ବୈଜ୍ଞାନିକ ଭାରତରତ୍ନ ଏପିଜେ ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରି ଆୟୋଜିତ ସଭାରେ ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରିଥିଲେ । ବିଭିନ୍ନ ମଞ୍ଚାସୀନ ଅତିଥି ମାନେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ତଥା ବିଧାୟକଙ୍କ ବକ୍ତବ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଖୁବ୍ ସୁନ୍ଦର ଓ ଶିକ୍ଷଣୀୟ ଥିଲା । ପରେ ପରେ ମୁଖ୍ୟ ଅତିଥି କେତେଜଣଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଫାଉଣ୍ଡେସନର ସମସ୍ତ ସଭ୍ୟ ଦିବସବ୍ଯାପୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରେ ସିମୁଳିଆ ବ୍ଲକ ମାର୍କୋଣା ପଞ୍ଚାୟତ ରଞ୍ଜନ କୁମାର ବେହେରାଙ୍କ ଘରେ ଆୟୋଜିତ ଅଷ୍ଟମପ୍ରହରୀ କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କ ମଙ୍ଗଳ ନିମନ୍ତେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ ବିଧାୟକ .

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.