ବିଦ୍ୟାଧରପୁର ନିଆରା କାଳୀପୂଜା

କଟକ,(ନାଗରାଜ ନ୍ୟୁଜ): ବିଦ୍ୟାଧରପୁର ନିଆରା କାଳୀପୂଜା ୧୫୦୦ଖ୍ରୀଷ୍ଟାବ୍ଦ ରୁ ଆରମ୍ଭ ହୋଇଆସିଛି। ମହାପ୍ରଭୁ ଶ୍ରୀ ଚୈତନ୍ୟ ଙ୍କ କଟକ ଆଗମନ ସମୟରେ ମା ଙ୍କ ପୂଜକ ବିଶେଶ୍ୱର ଚାଟାର୍ଜୀ ତାଙ୍କ ସହ ବିଦ୍ୟାଧରପୁର କୁ ଆସିଥିଲେ ସେ ସାଥୀ ରେ ଆଣିଥିବା ମା ଙ୍କ ଖଡଗ, ମୂର୍ତ୍ତି ଓ ଘଟ କୁ ବିଦ୍ୟାଧରପୁର କାଳୀ ମନ୍ଦୀର ନିକଟସ୍ଥ ଏକ ଗଛ ମୂଳ ରେ ଦୂର୍ଗତୀୟ ମୂର୍ତ୍ତି ପ୍ରତିଷ୍ଠା କରି ପୂଜା ର ମୂଳଦୁଆ ପକାଇଥିଲେ। ସମୟ କ୍ରମେ ତାହା ଚାଳ ଘରେ ବଡ଼ କାଳୀ ରୂପେ ପରିଚିତ ହୋଇଥିଲା l ସ୍ବର୍ଗତ ଚାଟାର୍ଜୀ ଙ୍କ ପୁଅ ଓ ନାତି ମଧ୍ୟ ରେ ମତ ଭେଦ ହେବାରୁ ୧୮୦୦ଖ୍ରୀଷ୍ଟାବ୍ଦରେ ସାନ କାଳୀ ପୂଜା ଆରମ୍ଭ ହୋଇଥିଲା । ପରେ ୧୯୯୮ ରେ କୋଠା ଘରେ ମୂର୍ତ୍ତି ପୁଜା ପାଉଛନ୍ତି, ପୂର୍ବ ରୁ ଏଠାରେ ଛାଗ ବଳି ବା ବୋଦା ବଳି ଦିଆଯାଉଥିଲା ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷ ରୁ ବଳି ପ୍ରଥା କୁ ବନ୍ଦ କରାଯାଇଛି।ଦୀର୍ଘ ୧୮ ବର୍ଷ ଧରି ବଳି ପ୍ରଥା ବନ୍ଦ ପରଠାରୁ ମାନସିକ ଧାରି ମାନେ ମା ଙ୍କ ନିକଟ ରେ ବୋଦା କୁ କେବଳ ଉତ୍ସର୍ଗ କରି ଛାଡ଼ି ଦଉଛନ୍ତି। ବର୍ତ୍ତମାନ ମନ୍ଦିର ରେ କୁଷ୍ମାଣ୍ଡ ବା ପାଣିକଖାରୁ ବଳି ଦିଆଯାଉଛି। ପ୍ରତି ପୀଠ ମାନଙ୍କ ରେ ଗୋଟିଏ ଦିନ ମା ଙ୍କୁ ଆବାହନ କରାଯାଇ ବିସର୍ଜନ କରାଯାଏ। ଏଠାକାର ପୂଜା ବିଧି ସମ୍ପୂର୍ଣ୍ଣ ଅଲଗା ମା ଙ୍କ ନିକଟ ରେ ଅଧିଆ ପଡ଼ି ଏଠାରେ ୪ ଦିନ ଧରି ପୁଜା କରିବାଲାଗି ବିଧି କେଉଁ କାଳରୁ ରହିଆସିଛି। ଷୋଡ଼ଶ ଉପଚାର ମା ଙ୍କୁ ପୂଜା କରାଯାଇଥାଏ। ପୁଜା ର ଚତୁର୍ଥ ଦିନ ଅପରାଜିତା ଲାଗି ହୋଇ ବିସର୍ଜନ କରାଯାଏ ଏବଂ ଦହିପଖାଳ କରାଯାଇ ଭକ୍ତ ମାନଙ୍କୁ ବଣ୍ଟାଯାଇଥାଏ। ମାଆ ଙ୍କୁ ବିସର୍ଜନ ସମୟ ରେ ଶ୍ରଦ୍ଧାଳୁ ଭକ୍ତ ମାନେ କାନ୍ଧ ରେ କନ୍ଧେଇ ନେଇ ବିସର୍ଜନ କରିବାକୁ ନେଇଥାନ୍ତି। ବିଶ୍ୱାସ ରହିଛି ମା ଙ୍କ ର ଖପର ପାଣି ପିଇବା ଦ୍ଵାରା ଝାଡ଼ା ଓ ବାନ୍ତି ରୋଗ ରୁ ମୁକ୍ତି ମିଳିଥାଏ।

ଯେଉଁ ମାନଙ୍କ ସନ୍ତାନ ହୁଏନାହିଁ ସେମାନେ ନିଷ୍ଠା ର ସହ ବ୍ରତ କରିବା ସହିତ ଡେଉଁରିଆ ପିନ୍ଧିଲେ ସନ୍ତାନ ଲାଭ ହୋଇଥାଏ। ପୂଜା ପାଉଥିବା ବଡ଼ କାଳୀ ଓ ସାନ କାଳୀ ଙ୍କ ଧଣ୍ଡା ପାଇବା ଦ୍ଵାରା ଅସାଧ୍ୟ ରୋଗ ଉପଶମ ହେବାର ପ୍ରମାଣ ରହିଛି। ଏଠାକୁ ବହୁ ଦୂରଦୂରାନ୍ତ ରୁ ଭକ୍ତ ମାନେ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ଆସିଥାନ୍ତି। କଟକ ପୂର୍ବାଞ୍ଚଳ ର ଏହା ଏକ ପ୍ରସିଦ୍ଧ କାଳୀ ପୁଜା କଟକ ସହର ରେ ଶାରଦୀୟ ଦୁର୍ଗା ପୂଜା ଯେଉଁ ଭଳି ଧୁମଧାମ ରେ ପାଳନ କରାଯାଇଥାଏ ସେହିଭଳି ବିଦ୍ୟାଧରପୁର ଅଞ୍ଚଳ ର କାଳୀ ପୂଜା କୁ ଧୁମଧାମ ରେ ପାଳନ କରାଯାଇଥାଏ। କାଳୀପୂଜା ଅବସର ରେ ବିଦ୍ୟାଧରପୁର ଅଞ୍ଚଳ ରେ ବିଭିନ୍ନ ସାହି ର ୨୮ଟି ମଣ୍ଡପ ରେ ଭିନ୍ନ ଭିନ୍ନ ଦେବା ଦେବୀ ପୂଜା ପାଇଥାନ୍ତି। ଅଁଳାନବମୀ ଦିନ ମେଢ଼ ଗୁଡିକ ନିଜ ଆସ୍ଥାନ ଛାଡ଼ି ମେଲଣ ପଡ଼ିଆ ରେ ପହଞ୍ଚି ଥାନ୍ତି। ଏବଂ ଦଶମୀ ଦିନ ୨ କାଳୀ ଙ୍କ ର ବିସର୍ଜନ ହେବା ପରେ ୨୮ ଗୋଟି ମେଢ଼ ଶୋଭା ଯାତ୍ରା ରେ ଯାଇ ପ୍ରଶାସନ ଦ୍ଵାରା ନିର୍ଦ୍ଧାରିତ ଅସ୍ଥାୟୀ ପୋଖରୀ ରେ ବିସର୍ଜନ ହୋଇଥାନ୍ତି ।

Leave a Reply

Your email address will not be published.