ଭିଜିଲାନ୍ସ ରେଡ଼

କଟକ: ଓଡିଶା ଷ୍ଟାଫ ସିଲେସ୍କନ କମିଶନଙ୍କ ପିଏସ ଟୁ ମେମ୍ବରଙ୍କ ଘରେ ଭିଜିଲାନ୍ସ ରେଡ଼ । କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଗୋଡିବନ୍ଧ ଗ୍ରାମର ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନର ରେଡ଼ ।ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କର ପୈତୃକ ଗାଁରେ ଥିବା ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଓଡିଶା ଭିଜିଲାନ୍ସ ଦ୍ୱାରା ଭୂବନେଶ୍ବର ଏବଂ କଟକର ର ୬ଟି ସ୍ଥାନରେ ରେଡ଼ ଚାଲିଥିବା ବେଳେ ଇନ୍ସପେକ୍ଟର ବ୍ରହ୍ମାନନ୍ଦ ନାୟକଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ ତାଙ୍କ ପୈତୃକ ଘରକୁ ଅନୁସନ୍ଧାନ ପାଇଁ ଆସିଥିଲେ । ଗୋଡିବନ୍ଧ ଗ୍ରାମରେ ଥିବା ପୈତୃକ ଘର ଅନୁସନ୍ଧାନ କରିବା ପରେ କୌଣସି ସଙ୍ଗୀନ କାଗଜପତ୍ର ପାଇ ନଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଇନ୍ସପେକ୍ଟର ବ୍ରହ୍ମାନନ୍ଦ ନାୟକ।

Leave a Reply

Your email address will not be published.