କଚ୍ଚା ରାସ୍ତା ପରିବର୍ତ୍ତେ ବ୍ଯକ୍ତିଗତ ଜାଗାରେ ରାସ୍ତା ନିର୍ମାଣ, ଅଭିଯୋଗ କଲେ ଗ୍ରାମବାସୀ

ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ଗ୍ରାମରେ ଅଛି ୨/୩ଟି କଚ୍ଚା ରାସ୍ତା । ଯାତାୟାତରେ ଲୋକେ ହେଉଛନ୍ତି ହଇରାଣ । ହେଉନି ରାସ୍ତା ନିର୍ମାଣ । ଅଥଚ ବ୍ଯକ୍ତିଗତ ଜାଗାରେ ସରକାରୀ ଟଙ୍କାରେ ନିର୍ମାଣ ହେଉଛି ଢଳେଇ ରାସ୍ତା । ଅଭିଯୋଗ ହୋଇଛି ବିଡ଼ିଓଙ୍କ ନିକଟରେ । ଏପରି ଏକ ଘଟଣା ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ମାଣତ୍ରୀ ପଞ୍ଚାୟତ ସାଲେମାଧପୁର ଗ୍ରାମରେ ଦେଖାଯାଇଛି । ଗ୍ରାମରେ ଥିବା କଚ୍ଚା ରାସ୍ତାକୁ ନିର୍ମାଣ ପାଇଁ ନାହିଁ ସରକାରୀ ଅର୍ଥ, ଯାହାଦ୍ୱାରା ଗ୍ରାମବାସୀମାନେ ଯିବା ଆସିବାରେ ବହୁତ ହଇରାଣ ହେଉଛନ୍ତି । କଚ୍ଚା ରାସ୍ତାଟିକୁ ନିର୍ମାଣ ନକରି ଖୋଦ୍ ସରପଞ୍ଚ ନିଜ ଘରକୁ ଯିବାପାଇଁ ବ୍ଯକ୍ତିଗତ ଜାଗାରେ ନିର୍ମାଣ କରୁଛନ୍ତି ଢଳେଇ ରାସ୍ତା ।

ଏବାବଦରେ ସରପଞ୍ଚଙ୍କୁ ଗ୍ରାମବାସୀମାନେ ପଚାରିବାରୁ ମୁଁ ଦେଉଛି ଟଙ୍କା, ଯେଉଁଠି କହିବି ସେଠାରେ ତିଆରି ହେବ ରାସ୍ତା, ଯାହା କରିବାର ଅଛି କର । ଏଭଳି ଧମକ ଦେଲାଭଳି କଥା କହିଥିଲେ ସରପଞ୍ଚ । ପ୍ରକାଶ ଥାଉକି- ବିନା ଫଳକରେ ଚାଲିଛି ନିର୍ମାଣ କାର୍ଯ୍ୟ । ଏଥିରେ ଅସନ୍ତୋଷ୍ଟ ହୋଇ ରମେଶ ସାହୁ,ନରୋତ୍ତୋମ ମହାନ୍ତ,ରଘୁନାଥ ତିଆଡି, ସୂର୍ଯ୍ୟକାନ୍ତସେଠୀ,ଅର୍ଜୁନ ସାହୁ,ଭାବଗ୍ରାହୀ ଦାଶ,ବିଶ୍ବନାଥ ଓଝା,ଜଗନ୍ନାଥ ତିଆଡି,ଇନ୍ଦ୍ରମଣି ଓଝା ଓ ପ୍ରଶାନ୍ତ ପଣ୍ଡା ପ୍ରମୁଖ ବିଡ଼ିଓଙ୍କ ପାଖରେ ଅଭିଯୋଗ କରିଛନ୍ତି । ଯାହାର ତଫସିଲ ମୌଜା- ସାଲେମାଧପୁର, ଖାତା- ୧୨୧,ପ୍ଲଟ-୩୭୫,୩୮୨ ଓ ୩୮୬,କିସମ- ଘରବାଡି ଅଟେ । ବିଭାଗୀୟ ଅଧିକାରୀ ବିଡିଓଙ୍କୁ ସରଜମିନି ତଦନ୍ତକରି ଉପଯୁକ୍ତ ପଦକ୍ଷେପ ଗ୍ରାମବାସୀଙ୍କ ନିବେଦନ । ବିଭାଗୀୟ ଅଧିକାରୀ କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published.