ବିପଯ୍ୟସ୍ତ ପରିମଳ ଓ ଡ୍ରେନେଜ ବ୍ୟବସ୍ଥା ନେଇ ଡେଙ୍ଗୁ ଭୟରେ ୱାର୍ଡବାସୀ

ବାଙ୍କୀ, (ନାଗରାଜ ନ୍ଯୁଜ): କୋଭିଡି ମାଡ଼ ସାଙ୍ଗକୁ ଡେଙ୍ଗୁର ଭୟରେ ଭୟଭିତ ୱାଡ଼ ବାସୀ । ବାଙ୍କୀ ଏନଏସିର ୧୦ ନମ୍ବର ୱାଡ଼ରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଡ୍ରେନେଜ ବ୍ୟବସ୍ତା ଏବେ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ପରିମଳ ବ୍ୟବସ୍ତା ହୋଇ ପଡିଛି ବିପର୍ଯ୍ୟସ୍ତ, ଯାହାକୁ ନେଇ ଏବେ ୱାର୍ଡ ବାସୀ ଭୟଭୀତ ।ଏବେ ଦଶ ନମ୍ବର ୱାର୍ଡ ବାସୀଙ୍କ ଅଭିଯୋଗ ଡ୍ରେନର ସମସ୍ତ ମଇଳା ପାଣି ରାସ୍ତା ଉପରେ ଜମା ହେଉଛି । ତତସହିତ ଲୋକମାନଙ୍କ ଘରେ ମଇଳା ପାଣି ପଶିବା ପରେ ଏବେ ଲୋକମାନଙ୍କ ଚଳିବା କଷ୍ଟକର ହୋଇପଡିଛି ।

ଏନଏସି ମୁଖ୍ୟ କାର୍ଯ୍ୟାଳୟକୁ ଲାଗି ରହିଥିବା ୱାର୍ଡ ଅବସ୍ଥା ଯଦି ଏପରି ତେବେ ଏନଏସି ଅଧୀନରେ ରହିଥିବା ଆଉ ୧୭ ଗୋଟି ୱାର୍ଡର ଅବସ୍ଥା କିପରି ହୋଇଥିବ ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି । ଅପରପକ୍ଷେ କୋଭିଡ ମାଡ଼ ସାଙ୍ଗକୁ ଡେଙ୍ଗୁର ଭୟ ଏବେ ପିଲାଛୁଆ ଧରି ଚଳିବା କଷ୍ଟକର ହୋଇପଡିଛି ବୋଲି ୱାଡ଼ ବାସୀ ଠାରୁ ଶୁଣିବାକୁ ମିଳିଛି ।‌ ଅନ୍ୟପକ୍ଷେ ଏନଏସି କର୍ତ୍ତୃପକ୍ଷଙ୍କୁ ଡ୍ରେନ ବ୍ୟବସ୍ଥା ମରାମତି ସାଙ୍ଗକୁ ସଫା ସୁତୁରା ରଖିବାକୁ ଓ୍ବାଡବାସୀ ଅଭିେଯାଗ କରିଥିଲେ ମଧ୍ୟ ଫଳାଫଳ ଶୂନ ।

ଯଦି ଯୁଦ୍ଧ କାଳୀନ ମଧ୍ୟରେ ଡ୍ରେନେଜ ଓ ପରିମଳ ବ୍ୟବସ୍ଥାରେ ସୁଧାର ନଆସେ ତେବେ ଏନଏସି କାର୍ଯ୍ୟାଳୟ ଘେରାଉ ପାଇଁ ୱାର୍ଡ ବାସିନ୍ଦା ଚେତାବନୀ ଦେଇଛନ୍ତି । ସେପଟେ ଏନଏସି ନିର୍ବାହୀ ଅଧିକାରୀଙ୍କ ଦାଇତ୍ୱ ତୁଲାଉଥିବା ବାଙ୍କୀ ତହସିଲଦାର କହିଛନ୍ତି ଡ୍ରେନେଜ ଓ ପରିମଳ ବ୍ୟବସ୍ତାରେ ସମସ୍ୟା ରହିଥିବା ସେ ଅଭିଯୋଗ ପାଇଛନ୍ତି, ଯଥାଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।

Leave a Reply

Your email address will not be published.