ରେଣୁକା ଶୁନ୍ୟଆଶ୍ରମ ଉଛେଦ ପ୍ରତିବାଦରେ ଶତାଧିକ ସାଧୁସନ୍ଥଙ୍କ ରାଜ ରାସ୍ତାକୁ ଓଲ୍ହାଇବା ପାଇଁ ଚେତାବନୀ

ବାଙ୍କୀ, (ନାଗରାଜ ନ୍ୟୁଜ): ବାଙ୍କୀ ଏନଏସି ଅନ୍ତର୍ଗତ ରେଣୁକା ନଦୀ ନିକଟରେ ରହିଛି ଶୂନ୍ୟଆଶ୍ରମ । ଏହି ଶୂନ୍ୟ ଆଶ୍ରମଟି ୫୦ବର୍ଷ ତଳର ବୋଲି ସାଧୁସନ୍ଥମାନଙ୍କ ଠାରୁ ଶୁଣିବାକୁ ମିଳେ । ଏହି ଆଶ୍ରମରେ ଶତାଧିକ ସାଧୁସନ୍ଥ ରୁହନ୍ତି । ହେଲେ ଏବେ ବାଙ୍କୀ ଏନଏସି କର୍ତ୍ତୃପକ୍ଷ ଏହିଠାରେ ଏକ ଇଣ୍ଡୋରଷ୍ଟାଡିୟମ ହେବା ପାଇଁ ସ୍ଥାନ ନିରୂପଣ କରିଥିବା ବେଳେ ଏହାକୁ ବିରୋଧ କରିବା ପାଇଁ ଏକାଠି ହୋଇଛନ୍ତି ଶତାଧିକ ସାଧୁସନ୍ଥ । ଯଦି ଆଗାମୀ ଦିନରେ ସେମାନଙ୍କ ମଠ ଭଙ୍ଗାଯାଏ ତେବେ ଏହାକୁ ଘୋର ବିରୋଧ କରବା ସହ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବା ପାଇଁ ଚେତାବନୀ ଦେଇଛନ୍ତି ।

ଏଠାରେ ମଠକରି ଆଜକୁ ୫୦ ବର୍ଷ ହେବ ସାଧୁସନ୍ଥମାନେ ଠାକୁରଙ୍କ ନାମକୀର୍ତନକରି ରହିଆସୁଥିବା ବେଳେ ଏବେ ଏହି ସ୍ଥାନରେ ଥିବା ମଠକୁ ଭାଙ୍ଗି ଇଣ୍ଡୋର ଷ୍ଟାଡିୟମ କରାଯିବା ପାଇଁ ଏନଏସି କର୍ତ୍ତୃପକ୍ଷ ଯେଉଁ ନିଷ୍ପତ୍ତି ନେଇଛନ୍ତି । ତାହାକୁ ଅନ୍ୟତ୍ର ନକରିବା ପାଇଁ ତେବେ ଆନ୍ଦୋଳନ ଜୋରଦାର ହେବ ବୋଲି କହିଛନ୍ତି ସାଧୁସନ୍ଥମାନେ ।ଏନେଇ ବାଙ୍କୀ ପ୍ରଶାସନ ମଠ ଉଛେଦ ପାଇଁ ନୋଟିସ ଜାରି କରିବା ପରେ ଶତାଧିକ ସାଧୁସନ୍ଥ ଏକାଠି ହୋଇ ଭଙ୍ଗା ନଯିବା ପାଇଁ ବିରୋଧ ।

ବାଙ୍କୀ ପ୍ରଶାସନ ଯଦି ଏହି ମଠ ଉଛେଦ ପ୍ରକ୍ରିୟାରୁ ନିବୃତ ରହିବା ସହିତ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଇଣ୍ଡୋର ଷ୍ଟାଡିୟମକୁ ଅନ୍ୟତ୍ର ନିର୍ମାଣ କରିବା ପାଇଁ ନିଷ୍ପତି ନବଦଳାନ୍ତି ତେବେ ମଠ ମନ୍ଦିର ସୁରକ୍ଷା ଦେବାକୁ ଯାଇ ସାର ରାଜ୍ୟରେ ରହିଥିବା ସାଧୁସନ୍ଥ ଏକ ହେବାକୁ ବାଧ୍ୟ ହେବେ ଏବଂ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ ଜୋରଦାର କରିବା ପାଇଁ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published.