ଆଦିବାସୀ ସଂଘ ପକ୍ଷରୁ ଚେତାବନୀ

ବଲାଙ୍ଗୀର, (ନାଗରାଜ ନ୍ୟୁଜ ): ସମଗ୍ର ଓଡ଼ିଶାର ୨୩ଟି ଜିଲ୍ଲା ସମେତ ବଲାଙ୍ଗୀର ଜିଲ୍ଲାର ୧୪ଟି ବ୍ଲକରେ ଆଦିବାସୀଙ୍କ ପାଇଁ ସରପଞ୍ଚ, ବ୍ଲକ ଚେୟାରମ୍ୟାନ ସ୍ଥାନ ସରଂକ୍ଷିତ ନାହିଁ । ଏହା ଆଦିବାସୀମାନଙ୍କ ପ୍ରତି ଓଡ଼ିଶା ସରକାରଙ୍କ ଏକ ଘୃଣ୍ୟ ମନୋଭାବ, ଆଦିବାସୀ ବିରୋଧୀ ସ୍ଵଭାବ ଅଟେ । ଆଗାମୀ ପଞ୍ଚାୟତ ନିର୍ବାଚନରେ ଯଦି ଆଦିବାସୀଙ୍କ ପାଇଁ ସଂରକ୍ଷିତ କୋଟା ଓଡ଼ିଶା ରାଜ୍ୟ ସରକାର ଘୋଷଣା ନକଲେ ୬୩ ଜନଜାତି ଆଦିବାସୀ ଭାଇ ଭଉଣୀ ଏକ ହୋଇ ଓଡିଶା ସରକାରଙ୍କ ଆଦିବାସୀ ବିରୋଧୀ ମନୋଭାବ ବିରୋଧରେ ଭୟାନକ ଲଢେଇ ହେବ । ଏହି ଲଢେଇ ପାଇଁ ସମ୍ପୂର୍ଣ୍ଣ ଭାବରେ ନବୀନ ସରକାର ଦାୟୀ ରହିବେ ବୋଲି ପଶ୍ଚିମ ଓଡିଶା ଆଦିବାସୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି ।

ଭାରତ ସ୍ୱାଧୀନ ହେବା ପରଠାରୁ ନିର୍ବାଚନ ଆୟୋଗରେ ଏହା ପ୍ରଥମ କରି କେବଳ ଓଡିଶା ସରକାର ଆଦିବାସୀଙ୍କ ପ୍ରତି ଘୃଣ୍ୟ ନିର୍ବାଚନ ନୀତି ଆପଣେଇ ଥିବାରୁ ଓଡ଼ିଶା ଇତିହାସରେ ଏକ ନୂଆ ନିର୍ବାଚନନୀତି ହେବାକୁ ଯାଉଛି । ଓଡିଶା ସରକାର ଯଦି ଏହାକୁ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରତ୍ୟାହାର ନକରନ୍ତି, ତାହେଲେ ଓଡିଶା ସରକାର ଓ ଓଡିଶା ଆଦିବାସୀ ସଂଘ ମଧ୍ୟରେ ପୁଣିଥରେ କଳିଙ୍ଗ ଯୁଦ୍ଧଠାରୁ ଆହୁରି ଭୟାନକ ଯୁଦ୍ଧ ହେବ ବୋଲି ଆଦିବାସୀ ସଂଘ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published.