ନକଲି ସିମେଣ୍ଟ କାରଖାନା ଉପରେ ଚଢ଼ାଉ

କଟକ, (ନାଗରାଜ ନ୍ୟୁଜ ): ନକଲି କାରବାରର ହବ ପାଲଟିଛି କଟକ । ଆଜି ସକାଳୁ କଟକ ଜଗତପୁର ଥାନା ଅନ୍ତର୍ଗତ ପୀର ବଜାର ନିକଟସ୍ତ ଚମ୍ପତି ଗ୍ରାମରେ ଦୀର୍ଘଦିନ ଧରି ଚାଲୁଥିବା ଏକ ନକଲି ସିମେଣ୍ଟ କାରଖାନା ଉପରେ ଜଗତପୁର ଥାନା ପୋଲିସ ଚଢ଼ାଉ କରିଥିଲା । ଲକ୍ଷାଧିକ ଟଙ୍କାର ନକଲି ସିମେଣ୍ଟ ଜବତ କରିବା ସହ ଘଟଣା ସ୍ଥଳରୁ ଦୁଇ ଜଣଙ୍କୁ ଅଟକ ରଖିଛି । ଏଠାରୁ ନକଲି ସିମେଣ୍ଟ ପ୍ରସ୍ତୁତ ହୋଇ ବିଭିନ୍ନ ବ୍ରାଣ୍ଡର ସିମେଣ୍ଟ କମ୍ପାନୀ ନାମରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା ।

Leave a Reply

Your email address will not be published.