ସିଆଲଯୋର ଆଶ୍ରମ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ଏବଂ ସମ୍ବର୍ଧନା

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ):ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକ ଅଧିନରେ ଥିବା ସିଆଲଯୋର ଆଶ୍ରମ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯାଇଛି । ବିଦ୍ୟାଳୟ ସମ୍ମୁଖରେ ଝୋଟି କଳସ ସ୍ଥାପନା କରି ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ଶିକ୍ଷକମାନେ ବିଦ୍ୟାଳୟକୁ ପାଛୋଟି ନେଇଥିଲେ । ପରେ ଛାତ୍ରଛାତ୍ରୀଙ୍କୁ ମିଠା, ଚକୋଲେଟ, ପେନସିଲ ଓ ଖାତାକଲମ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ଧରି ଶିକ୍ଷାଦାନ ବନ୍ଦ ରହିଥିଲା । ହେଲେ ଦୀର୍ଘ ଦିନ ପରେ ଆଜି ପୁଣି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published.