ସ୍ମାର୍ଟ ସିଟି ଅନଲାଇନ ଅଟୋଗ୍ରୁପ ପୁରୀ ଜୋନର ଶୁଭ ଉଦ୍ଘାଟନ ଉର୍ଷବ

ପୁରୀ, (ନାଗରାଜ ନ୍ୟୁଜ): ପ୍ରଜାପିତା ବ୍ରହ୍ମାକୁମାରି ଈଶ୍ୱରୀୟ ରାଜଯୋଗ ସାଧନାକେନ୍ଦ୍ର ବଳିଆପଣ୍ଡା ସ୍ଥିତ ଓଁ ଶାନ୍ତି ଅଡିଟୋରୀୟମ ହଲରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ ପୁରୀ ଯୋନର ଶୁଭ ଉଦଘାଟନ ଉର୍ଷବ ପୁରୀ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ,ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ,ସ୍ମାର୍ଟ ସିଟି ଅଟୋ ଗ୍ରୁପର ଚେୟାରମ୍ୟାନ ଦୀନବନ୍ଧୁ ନାୟକ, ଭାଇସ ଚେୟାରମ୍ୟାନ ଶ୍ରୀମତୀ ନମିତା ରାଉତ ଓ ସ୍ମାର୍ଟ ସିଟି ଅଟୋଗ୍ରୁପ ସେବାର ବିଭିନ୍ନ ଜିଲ୍ଲା ଓ ତାଲୁକାର ଲିଡ଼ର ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଯୋଲନ କରି ଶୁଭ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଯୋନର ଉପସଭାପତି ବିଜୟ ସନା,ସଭାପତି ସୁବାଷ ଚନ୍ଦ୍ର ରାଉତ,ସୁକାନ୍ତ କୁମାର ମସିସ୍କ,ଲିଗାଲ ଆଡ଼ଭାଇଜର ସୀତାକାନ୍ତ ଦାସ,ପୁରିଯୋନ ହେଡ ବିପିନ କୁମାର ସାହୁ ନିଜନିଜର ବକ୍ତବ୍ୟ ରଖିବା ସହିତ ନିଜନିଜର ସମାଜସେବା ମୂଳକ କାର୍ଯ୍ୟ କରିଥିବାର କହିଥିଲେ। ପ୍ରଜାପିତା ବ୍ରହ୍ମାକୁମାରି ସାଧନାକେନ୍ଦ୍ର ର ସହନିର୍ଦେଶୀକା ତଥା ବ୍ରହ୍ମାକୁମାରି ପୁରୀ ସବଜୋନର ସହ ସମ୍ପାଦିକା ରାଜଯୋଗିନୀ ବ୍ରହ୍ମାକୁମାରି ପ୍ରତିମା ଈଶ୍ୱରୀୟ ଆଶୀର୍ବାଦ ପ୍ରଦାନ କରିଥିଲେ। ବରିଷ୍ଠ ରାଜଯୋଗୀ ବ୍ରହ୍ମାକୁମାର ଡାକ୍ତର ନରେନ୍ଦ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଜିଲ୍ଲାର ବହୁ ଅଟୋ ଚାଳକ ଓ କର୍ମକର୍ତ୍ତା ଯୋଗଦେଇଥିଲେ।

Leave a Reply

Your email address will not be published.