ସନ୍ଥପୁର ଗ୍ରାମରେ ପାଳିତ ପ୍ରଥମ ବାର୍ଷିକ ନାଇଟ କ୍ରିକେଟ ମ୍ୟାଚ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ସାରା ଦେଶରେ IPL ର ନିଶା ଘାରିଥିବା ବେଳେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ସନ୍ଥପୁର ଗ୍ରାମରେ ପାଳିତ ହୋଇଛି ପ୍ରଥମ ବାର୍ଷିକ ନାଇଟ କ୍ରିକେଟ ମ୍ୟାଚ l ସାଧାରଣତଃ ଡିସେମ୍ବର, ଜାନୁଆରୀ ମାସରେ ଗାଁ ଗହଳିରେ ଡେ ମ୍ୟାଚ ଦେଖିବାକୁ ମିଳେ କିନ୍ତୁ ଏବେ ଦିଲ୍ଲୀ ରୁ ପଲ୍ଲୀ ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି ନାଇଟମ୍ୟାଚ l ଡେ ମ୍ୟାଚ ଅପେକ୍ଷା ନାଇଟ ମ୍ୟାଚ ଅଧିକ ଆକର୍ଷିତ କରୁଛି କ୍ରିକେଟ ପ୍ରେମୀମାନଙ୍କୁ l ସେହିଭଳି ସନ୍ଥପୁର ଗ୍ରାମରେ ନବନିର୍ବାଚିତ ସରପଞ୍ଚ ବନମାଳୀ ଲେଙ୍କା ଓ ପୂର୍ଵତନ ସରପଞ୍ଚ ଗୌରହରୀ ସ୍ୱାଇଁ ଙ୍କ ମିଳିତ ସହଯୋଗରେ ଆୟୋଜିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟଟି ଅତି ଶାନ୍ତିଶୃଙ୍ଖଳାରେ ଖେଳ ହେଉଛି, ଏଠି ସାରା ଜିଲ୍ଲାରୁ ଟିମି ଆସି ଖେଳୁଥିବା ଖେଳ ଦେଖିବାକୁ ଅଗଣତି ଦର୍ଶକଙ୍କ ଭିଡ଼ l କୁତ୍ରିମ ଆଲୋକ ଦ୍ୱାରା ଚତୁର୍ପାର୍ଶ୍ୱରେ ଅତି ଆକର୍ଷଣୀୟ ଦୃଶ୍ୟ ହୋଇଥିବା ବେଳେ ଏଠାରେ ପ୍ଲାୟେର ମାନଙ୍କର ଖେଳ ନେସନାଲ ଲେବୁଲ କ୍ରିକେଟ ମ୍ୟାଚ ଠାରୁ କିଛି କମ ନୁହେଁ  l ଏହି ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରୁଥିବା ଦୁଇ ସରପଞ୍ଚ ମ୍ୟାଚ ଗୁଡିକୁ ଉପଭୋଗ କରିବା ସହ ଆଖପାଖ ପଞ୍ଚାୟତର ସରପଞ୍ଚମାନଙ୍କୁ ନିମଂତ୍ରଣ କରିଥିଲେ l ନିଶ୍ଚିନ୍ତ ଭବାରେ ଏହିଭଳି ନାଇଟ ମ୍ୟାଚ ଗୁଡିକ ଏବେ ଗାଁ ଗହଳିରେ ଆକର୍ଷଣ ସୃଷ୍ଟି କରିଛି l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.