ଗନ୍ଦିଆ ଆଞ୍ଚଳିକ ବିକାଶ ମଞ୍ଚ ତରଫରୁ ଶୀତକାଳୀନ କବିତା ଆସର

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ର କପିଳାସ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠାନ ର ସଭାପତି ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ମଳୟ କୁମାର ସିଂହ ଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ମାସ ମଧ୍ୟାହ୍ନ ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ୬୬୨ମହାବିଦ୍ଯାଳୟ ସଂଘ ର ସଭାପତି ତଥା କପିଳାସ ମହାବିଦ୍ୟାଳୟ ର ଇଂରାଜୀ ବିଭାଗ ଅଧ୍ୟାପକ ଗୋଲେକବିହାରୀ ନାୟକ, ମୁଖ୍ୟ ବକ୍ତା ଭାବେ ଗନ୍ଦିଆ ଲେଖକ ପରିଷଦ ସଭାପତି ବୁଦ୍ଧଦେବ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଐରା ର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ପଣ୍ଡା ଉପସ୍ଥିତ ହୋଇ ଉଦ୍ ବୋଧନ ଦେଇଥିଲେ। ଅନ୍ତର୍ଯ୍ୟାମୀ ବାରିକ ସଂଯୋଜନା କରିଥିବା ବେଳେ ବସନ୍ତ କୁମାର ରାଉତ ଜଗନ୍ନାଥ ଙ୍କ ଭଜନ ଗାନ କରିଥିଲେ। ଗନ୍ଦିଆ ବିଣାପାଣି ସଙ୍ଗୀତ ମହାବିଦ୍ୟାଳୟ ର ଛାତ୍ରୀ ମାନେ ରାମଚନ୍ଦ୍ର ଦାସ ଓ ଦେବରାଜ ଓଝା ଙ୍କ ନିର୍ଦ୍ଦେଶନାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରି ଥିଲେ। ଅଜୟ କୁମାର ନାୟକ ଓ ରାଘବ ଚନ୍ଦ୍ର ମହାରଣା ଙ୍କ ସଂଯୋଜନା ରେ କବିତା ଆସର ଅନୁଷ୍ଠିତ ହୋଇଯାଇଥିଲା। ଏହି କବିତା ଆସର ରେ କବି ଛବିରଞ୍ଜନ ପାଇକ, ରଶ୍ମିତା ରାଉତ,ମଙ୍ଗରାଜ ବାରିକ, ପ୍ରାଣବନ୍ଧୁ ଦାସ, ବିଭୁ ନାରାୟଣ ଦ୍ବିବେଦୀ, ଧନେଶ୍ଵର ମହାରଣା,ସୁଶୀଳ କୁମାର ନନ୍ଦ, ପ୍ରକାଶ ଚନ୍ଦ୍ର ରାଉତ, ଅନନ୍ତ ଚରଣ ଶତପଥୀ, ରିନା ସେଠୀ, ପ୍ରାଣ ବନ୍ଧୁ ରାଉତ,ବସନ୍ତ କୁମାର ରାଉତ, ମନୋଜ ମଞ୍ଜରୀ ଲେଙ୍କା, ଅନିତା ପରିଡ଼ା,ମୁରଲୀ ର ରାଉତ,ଗୋଲେକବିହାରୀ ବେହେରା,ମାଧବ ଚନ୍ଦ୍ର ସାହୁ ,ଦେବାଶୀଷ ଦେହୁରୀ,ଭ୍ରମର ବର ବାରିକ,ସୁବ୍ରତ କୁମାର ସାହୁ, ମଙ୍ଗୁଳି ଚରଣ ବିଶ୍ବାଳ, ହରିହର ସାହୁ, ସୈମ୍ଯରଞ୍ଜନ ସାହୁ, ପ୍ରମୋଦ କୁମାର ସାହୁ,ଦେବ ପ୍ରସାଦ ସାହୁ ପ୍ରଦିପ କୁମାର ସାହୁ, ରାମଚନ୍ଦ୍ର ଦାସ,ମଳୟ କୁମାର ସିଂହ, ଅନ୍ତର୍ଯ୍ୟାମୀ ବାରିକ, ଦେବରାଜ ଓଝା ଆନନ୍ଦ ଚନ୍ଦ୍ର ସାହୁ,ଆଡ୍ ଭୋକେଟ୍ ଦିପ୍ତିଶ ପ୍ରସାଦ ପଟ୍ଟନାୟକ, ବୁଦ୍ଧଦେବ ପ୍ରଧାନ କ୍ରିଷ୍ଣ ଚନ୍ଦ୍ର ସାହୁ, ସତ୍ୟାନନ୍ଦ ବାରିକ, ମହେନ୍ଦ୍ର କୁମାର ସାହୁ, ପ୍ରେମାନନ୍ଦ ପାଣିଗ୍ରାହୀ ସ୍ବରଚିତ କବିତାମାନ ପାଠ କରିଥିଲେ। କବି ଓ କବୟିତ୍ରୀ ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା। ଅଜୟ କୁମାର ନାୟକ ଓ ରାଘବ ଚନ୍ଦ୍ର ମହାରଣା ସମୀକ୍ଷା କରିଥିଲେ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.