ସ୍ୱାମୀର କଟୁରି ଚୋଟରେ ଗୁରୁତର ଆହତ ପତ୍ନୀଙ୍କର ଆଜି ଦେହାନ୍ତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ନିଜର ସ୍ୱାମୀର କଟୁରି ଚୋଟରେ ଗୁରୁତର ଆହତ ହୋଇ କଟକ ଅଶ୍ୱନୀ ମେଡିକାଲରେ ଚିକିତ୍ସିତ ହେଉଥିବା କାମିନୀର ଆଜି ଦେହାନ୍ତ ହୋଇଛି ପୋଲିସ ଠାରୁ ପ୍ରକାଶ ସୋରିଶିଅପଦା ପଞ୍ଚାୟତ ର ରଗଡିସାହି ଗ୍ରାମର ଗୌର ମହାନ୍ତ45ପାଖ ଗ୍ରାମର ଶମ୍ଭୁନାଥ ମହାନ୍ତ ଝିଅ କାମିନୀ ମହାନ୍ତ32କୁ ବିବାହ କରିଥିଲେ ବିବାହର କିଛିଦିନ ପରେ ନିଜ ପତ୍ନୀର ପରକ୍ରିୟା ପ୍ରୀତିକୁ ସନ୍ଦେହ କରି ଉଭୟ ଙ୍କର ମଧ୍ୟରେ କଳହ ଲାଗିରହୁଥିଲା ଚଳିତ ମାସ୧୨ତାରିଖରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ଏଥିରେ ଉତକ୍ଷିପ୍ତ ହୋଇ ଗୌର କାମିନୀ ମୁଣ୍ଡ ର ପଛ ପଟକୁ ଏକ କଟୁରିରେ ହାଣି ଦେଇଥିଲା ପତ୍ନୀର ରକ୍ତ ଜୁଡୁବୁଡୁ ଅବସ୍ଥା ଦେଖି ଗଁଦିଆ ଥାନାକୁ ଫୋନ କରିଥିଲା ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ କୁ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲ କୁ ପଠାଇଥିଲେ ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକର ଅଶ୍ୱନୀ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା ହେଲେ ଦୀର୍ଘଦିନର ଜୀବନ ସହିତ ସଂଘର୍ଷ କରିବା ପରେ ଆଜି ଉକ୍ତ ମେଡିକାଲରେ ମୃତ୍ୟୁ ହୋଇଛି ଏହି ଘଟଣାରେ ପୋଲିସ କେସ ନ308ରେ ଏକ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରିଥିଲା .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.