ପଞ୍ଜାବରେ ଆପ୍ ଜିତିବା ଖୁସିରେ ପୁରୀରେ କର୍ମୀଙ୍କ ନାଚକୁଦ

ପୁରୀ, (ନାଗରାଜ ନ୍ୟୁଜ): ପଞ୍ଜାବରେ ଆପ୍ ଜିତିବା ଖୁସିରେ ପୁରୀରେ ଆମ ଆଦମୀ ପାର୍ଟି କର୍ମୀଙ୍କର ଖୁସିରେ ନାଚକୁଦ । ପଞ୍ଜାବ ନିର୍ବାଚନ ଫଳାଫଳ ଘୋଷଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟି ବିପୁଳ ସଂଖ୍ୟାରେ ବିଜୟ ଲାଭ କରିଥିବାରୁ ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟିର ଜିଲ୍ଲା ଆବାହକ ସଂଜୀବ ମହାନ୍ତି ଙ୍ ନେତୃତ୍ୱରେ ପୁରୀ ଜିଲ୍ଲାର ଆମ ଆଦମୀ କର୍ମୀମାନେ ଗୁଣ୍ଡିଚା ମନ୍ଦିର ଠାରୁ ସିଂହଦ୍ୱାର ପର୍ୟ୍ୟନ୍ତ ବାଣ ଫୁଟାଇ ବଡଦାଣ୍ଡରେ ନାଚି ନାଚି ସିଂହଦ୍ଵାର ନିକଟରେ ଶ୍ରୀଜଗନ୍ନାଥଙ୍କ ଉଦେଶ୍ୟରେ ଦୀପଦାନ କରିଥିଲେ ।

ପୁରୀରୁ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ

 

Leave a Reply

Your email address will not be published.