ଖଣି ଖନନ ପାଇଁ ଦାବିକଲେ ଶ୍ରମିକ

ଖଇରା, (ନାଗରାଜ ନ୍ୟୁଜ): ଜୀବନ ଜୀବିକା ଭିତରେ ଚାଲିଛି ସଂଘର୍ଷ । ବଞ୍ଚିବାର ବାଟ ଖୋଜୁଛି ମଣିଷ ଆଉ ହାତୀ । ଖଇରା ତହସିଲ ଅଧିନରେ ଥିବା ଗଡାପୋଖରୀ ପଞ୍ଚାୟତ ଶାରୀ ଶୁଆ ପାହାଡ଼ ଖଣି ଖନନ ପାଇଁ ସରକାର ସ୍ୱୀକୃତି ଦେଇଥିବା ବେଳେ ଗତ ୩ବର୍ଷ ହେବ ଖଣି ଖୋଳାକୁ ବନ୍ଦ କରିଥିଲା ପ୍ରଶାସନ । ଖଣି ଖୋଳିବା ଦ୍ୱାରା ହାତୀ ଗମନାଗମନର ବାଧା ହେଉଥିବାରୁ ଜଙ୍ଗଲ ବିଭାଗ ବନ୍ଦ ରଖିଥିଲା । ମାତ୍ର ସେହି ଅଞ୍ଚଳର ଦିନ ମଜୁରିଆମାନେ କିଛି କାମ ଧନ୍ଦା ନପାଇ ଦାଦନ ଖଟିବାକୁ ବାହାରକୁ ଯାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ଗାଁ ମଧ୍ୟ ପୁରୁଷ ଶୂନ୍ୟ ହୋଇଛି ବୋଲି ଗ୍ରାମବାସୀମାନେ କହିଛନ୍ତି । ଏହି ଅସୁବିଧାକୁ ଆଖି ଆଗରେ ରଖି ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଖଇରା ତହସିଲଦାର, ଆଡିସନାଲ ତହସିଲଦାର ମାଜିଷ୍ଟ୍ରେଟ ହିସାବରେ, ରେଞ୍ଜର ଓ ଖଇରା ଥାନା ଆଇଆଇସି, ଏସିଏଫଓ, ସ୍ଥାନୀୟ ଶ୍ରମିକ, ସ୍ଥାନୀୟ ଗ୍ରାମବାସୀ ଏବଂ ସରପଞ୍ଚ ଉପସ୍ଥିତ ରହି ଜନ ଶୁଣାଣି ଗଡ଼ପୋଖରୀ ପଞ୍ଚାୟତ ପ୍ରାଙ୍ଗଣରେ କରିଥିଲେ ।

Leave a Reply

Your email address will not be published.