ଜିରୋ ନାଇଟ ସେଲିବ୍ରେସନ, କମିଶନରେଟ ପୋଲିସ ପକ୍ଷରୁ ଜୋରଦାର ହେବ ଚେକିଂ ଓ ବ୍ଲକିଂ

କଟକ, (ନାଗରାଜ ନ୍ୟୁଜ): ଜିରୋ ନାଇଟ ସେଲିବ୍ରେସନ କଟକଣା ପାଇଁ କଟକ କମିଶନରେଟ ପୋଲିସର ଜୋରଦାର ପ୍ରସ୍ତୁତି । ଜୋରଦାର ହେବ ଚେକିଂ ଓ ବ୍ଲକିଂ । ସହରରେ ମୋଟ ୨୩ ଟି ନାକାପଏଣ୍ଟ ସହ ମୋଟ ୧୨ ପ୍ଲାଟୁନ ପୋଲିସ ଫୋର୍ସ ଓ ସମସ୍ତ ବରିଷ୍ଠ ଅଧିକାରୀ ନିୟୋଜିତ ହେବେ । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ଗାଇଡ଼ଲାଇନକୁ କଡାକଡି ଭାବେ ପାଳନ କରିବାକୁ ସମସ୍ତ ହୋଟେଲ, ପବ୍, କ୍ଳବ ଓ ରେଷ୍ଟୁରାଣ୍ଟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆସନ୍ତାକାଲି ସନ୍ଧ୍ୟାଠାରୁ ମୃତୟନ ହେବେ ଫୋର୍ସ । ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.