ଓଡିଶା ପ୍ରିମିୟମ ଓଟିଟି ସେବା କଞ୍ଚାଲଙ୍କାର ଶୁଭାରମ୍ଭ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ଓଡ଼ିଆ ମନୋରଞ୍ଜନ ଆଉ ଆଗ ଭଳି ରହିବ ନାହିଁ । ଆଜିଠୁ ଓଡିଶାର ପ୍ରିମିୟମ ଓଟିଟି ସେବା କଞ୍ଚାଲଙ୍କାର ଶୁଭାରମ୍ଭ ହୋଇଛି । ତତସହିତ ମନୋରଞ୍ଜନ କ୍ଷେତ୍ରରେ ବହୁ ପରିବର୍ତ୍ତନ ହେବାକୁ ଯାଉଛି । ଉଚ୍ଚମାନର ୱେବ ସିରିଜ ଓ ଚଳଚିତ୍ର ଓଟିଟି ଜରିଆରେ ଦେଖିବେ ଓଡିଆ ଦର୍ଶକ ।

ଏଇ ପ୍ଲାଟଫର୍ମର ପ୍ରତିଷ୍ଠାତା ହେଉଛନ୍ତି ଓଡିଆ ମନୋରଞ୍ଜନ ଶିଳ୍ପର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଅକ୍ଷୟ ପରିଜା, ବିଭୁ ରଥ ଓ ଚିତ୍ତରଞ୍ଜନ ନାୟକ । ଏହାକୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇଛନ୍ତି ଜଣେ ଅନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ନିର୍ଦେଶକ । କଞ୍ଚାଲଙ୍କା ଆଜିଠାରୁ ୱେବସାଇଟ, ଆପଲ ଆଇଓଏସ ଓ ଆପଲ ଟିଭିରେ ଦେଖିପାରିବେ ଦର୍ଶକ । କଞ୍ଚାଲଙ୍କାର ଶୁଭାରମ୍ଭ ସମୟରେ ଏହାର ଚ୍ୟାୟାରମ୍ୟାନ ଅକ୍ଷୟ ପରିଜା କହିଛନ୍ତି କଞ୍ଚାଲଙ୍କା କେବଳ ଓଟିଟି ପ୍ଲାଟଫର୍ମ ନୁହେଁ । ଏହା ଓଡିଆ ମନୋରଞ୍ଜନ କ୍ଷେତ୍ରରେ ଆଣିବ ଏକ ବୈପ୍ଲବିକ ପରିବର୍ତ୍ତନ । ଆମେ ଏହା ମାଧ୍ୟମରେ ଲୁଚି ଯାଇଥିବା ପ୍ରତିଭା ମାନଙ୍କୁ ଦର୍ଶକଙ୍କ ସାମ୍ନାକୁ ଆଣିବୁ ଏବଂ ଏହା ମାଧ୍ୟମରେ ଅନେକଙ୍କୁ ରୋଜଗାର ମଧ୍ୟ ଯୋଗାଇ ଦେବୁ । ଓଡିଆ ମନୋରଞ୍ଜନ କ୍ୱାଲାଟିକୁ ଜାତୀୟ ସ୍ତରରେ ପହଞ୍ଚାଇବା ଆମର ଲକ୍ଷ ବୋଲି ପରିଜା କହିଛନ୍ତି ।

Leave a Reply

Your email address will not be published.