ସୋଶାଲ ମିଡିଆରୁ ବିଦାୟ ନେଲେ ରାଜ କୁନ୍ଦ୍ରା

ମୁମ୍ବାଇ, (ନାଗରାଜ ନ୍ୟୁଜ): ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏକ ବଡ ପଦକ୍ଷେପ ନେଇଛନ୍ତି । ସେ ଏବେ ସୋଶାଲ ମିଡିଆକୁ ବିଦାୟ ଦେଇଛନ୍ତି । ବାସ୍ତବରେ ରାଜ କୁନ୍ଦ୍ରା ତାଙ୍କ ଇନଷ୍ଟାଗ୍ରାମ ଓ ଟ୍ୱିଟର ଆକାଉଣ୍ଟକୁ ଡିଲିଟ କରିଛନ୍ତି । ଯାହାଦ୍ୱାରା ଇନଷ୍ଟାଗ୍ରାମ ଓ ଟ୍ୱିଟର ଆକାଉଣ୍ଟ ଦୃଶ୍ୟମାନ ହେଉନାହିଁ । ବୋଧହୁଏ ସେମାନେ ଲୋକମାନଙ୍କଠାରୁ ନିଜକୁ ଦୂରେଇ ରଖିବା ପାଇଁ ଏହା କରିଛନ୍ତି । ରାଜ କୁନ୍ଦ୍ରା ସୋଶାଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି । ରାଜ ପ୍ରାୟତଃ ସବୁ ସମୟରେ ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କ ସହ ଭିଡିଓ ଓ ଫଟୋ ସେୟାର କରିଥାନ୍ତି । ପ୍ରଶଂସକମାନେ ତାଙ୍କ ପୋଷ୍ଟକୁ ପସନ୍ଦ କରୁଥିଲେ, କିନ୍ତୁ ବର୍ତ୍ତମାନ ସେ ତାଙ୍କ ଆକାଉଣ୍ଟ ଡିଲିଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଚଳିତବର୍ଷ ଜୁଲାଇରେ ଅଶ୍ଳୀଳ ଫିଲ୍ମ ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କୁ ପ୍ରାୟ ଦୁଇମାସ ଜେଲରେ ରହିବାକୁ ପଡିଥିଲା । ତେବେ ଜେଲରୁ ବାହାରିବା ପରେ ସେ ଧୀରେ ଧୀରେ ସାଧାରଣ ଜୀବନକୁ ଫେରି ଆସୁଛନ୍ତି । ବର୍ତ୍ତମାନ ପର୍ୟ୍ୟନ୍ତ, ରାଜ କୁନ୍ଦ୍ରାଙ୍କୁ କୈାଣସି ପ୍ରକାର କାର୍ୟ୍ୟକ୍ରମ କିମ୍ବା ସଭାରେ ଦେଖିବାକୁ ମିଳିନାହିଁ । ରାଜ କୁନ୍ଦ୍ରାଙ୍କୁ ତାଙ୍କ ପରିବାର ସହିତ ସୋଶାଲ ମିଡିଆରେ ଦର୍ଶକ ଆଉ ଦେଖିବାକୁ ପାଉନାହାଁନ୍ତି । ନିକଟରେ ଶିଳ୍ପା ତାଙ୍କ ପିଲାମାନଙ୍କୁ ଭିଆନ ଓ ଶାମିଶାଙ୍କ ସହ ଆଲିବାଗରେ ଦେଖିବାକୁ ମିଳିଥିଲା,କିନ୍ତୁ ରାଜ କୁନ୍ଦ୍ରା ସେମାନଙ୍କ ସହ ନଥିଲେ ।

Leave a Reply

Your email address will not be published.