ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଭିଜିଲାନ୍ସ ଜାଲରେ ଫାଣ୍ଡି ଅଧିକାରୀ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଭିଜିଲାନ୍ସ ଜାଲରେ ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଧିକାରୀ ଏସଆଇ ସମରେନ୍ଦ୍ର ସାମଲ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମହାବୀରରୋଡ଼ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ଘରେ ଚଢାଉ କରାଯାଇଛି । ୭ଟି ଟିମ ୫ ଜାଗାରେ ରେଡ କରୁଛି । ଭିଜିଲାନ୍ସର ଟିମରେ ୩ଜଣ ଡିଏସପି ଓ ୭ଜଣ ଇନିସପେକ୍ଟର ଅଛନ୍ତି ।

ଏଥିସହିତ ଢେଙ୍କାନାଳ ସହରରେ ୨ଟି ଦୁଇ ମହଲା ଘର ଓ ଗଁଦିଆ ଅଞ୍ଚଳରେ ଏକ ଫାର୍ମ ହାଉସରେ ରେଡ ଚାଲିଛି । ସରକାରୀ ଅଫିସ, ପୈତୃକ ଘର ଓ ଶ୍ୱଶୁର ଘରେ ମଧ୍ୟ ଚଢାଉ ଚାଲିଛି । ଏପର୍ଯ୍ୟନ୍ତ ୩ ଶହ ଗ୍ରାମରୁ ଅଧିକ ସୁନା ଓ ଏକ ଲକ୍ଷ ଟଙ୍କାରୁ ଅଧିକ ଜବତ ହୋଇଛି । ଚଢଉ ଜାରି ରହିଥିବାରୁ ମୋଟ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇପାରିନାହିଁ ।

Leave a Reply

Your email address will not be published.